Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Inspirational

3  

Geetanjali Prusty

Inspirational

ତୁମେ ଯେବେ ଆସିଥିଲ 'ବାପୁ'

ତୁମେ ଯେବେ ଆସିଥିଲ 'ବାପୁ'

1 min
117



ତୁମେ ଯେବେ ଆସିଥିଲ ବାପୁ,

ମାଟି ଛୁଇଁ ମାଆର କୋଳରେ

କୁଆଁକୁଆଁ ରାବଦେଇ

ଉପସ୍ଥିତି ଜାହିର କଲ 

ଅଜ୍ଞାନର ଅମା ଅନ୍ଧକାରେ

ଏମିତି ଏକ ଅକ୍ଟୋବର ଦୁଇର

ମନୋଜ୍ଞ ଆସରେ ll


ସମୟ ଚକ୍ରରେ ଶୈଶବରୁ

କୈଶୋରରେ କଲ ପଦାର୍ପଣ

ସାଙ୍ଗସାଥୀ ମେଳେ କେବେ

ଦୁଷ୍ଟାମୀ ବି କଲ

ପିତାଙ୍କ ଆକଟ ସଙ୍ଗେ

ମାଆର ମମତା,

ମାଟି ପ୍ରେମେ ହୋଇଲ ଉଦବୁଧ

ବିଦେଶ ମାଟିରେ ଦେଖି

କଳା ଗୋରା ରଙ୍ଗର ବିଭେଦ

ଭାଙ୍ଗିଥିଲ ନୀରବତା

ଅଧିକାର ପାଇଁ ତୁମେ

ଲଢ଼ିବା ଶିଖିଲ ll


ବ୍ରିଟିଶ ହାତରୁ ମୁକ୍ତି ପାଇଁ

ପରାଧୀନ ଭାରତ ବର୍ଷର

ଚଳାଇଲ କଠୋର ସଂଗ୍ରାମ

ଜାଳି ଦେଲ ଅହିଂସାର

ଅଲିଭା ଆଲୋକ

ପ୍ରଜ୍ଜ୍ୱଳିତ କଲ ପୁଣି ବିପ୍ଳବର ବହ୍ନି ll


ଭୂମିରୁ ଭୂମା ଯାଏ ଜାଗିଲା କମ୍ପନ

ନେତୃତ୍ୱକୁ ମିଳିଥିଲା ଭରା ସମର୍ଥନ

ସେଇ ସୂର୍ଯ୍ୟ ଉଇଁଥିଲା

ଜନ୍ମ ମାଟିର ଅମାନିଆ

ଅସ୍ମିତାକୁ ନେଇ

ମୁକ୍ତିର ମନ୍ତ୍ର ଗାଇ ଅନ୍ଧକାର

ଦେଲ ଫେଇ

ଉଡାଇଲ ବିଜୟର ଜୈତ୍ର କେତନ ll


ଆଜି ତୁମେ ନାହଁ

ନାହିଁ ତୁମ

ନଶ୍ୱର ଶରୀର

ଆଣ୍ଠୁ ଲୁଚୁ ନଥିବା

ଧୋତି ସଙ୍ଗେ କାନ୍ଧରେ ଚଦର

ହେଲେ ଆଜିବି ଶୁଭୁଛି

ହେ ମୋହନ.....!!

ଶତବାର ଜନ୍ମ ନିଅ ତୁମେ

ତୁମ ପଦେ କରୁଛି ପ୍ରଣାମ

ତୁମ ପଦେ କରୁଛି ପ୍ରଣାମ ll



Rate this content
Log in