STORYMIRROR

Geetanjali Prusty

Action

4  

Geetanjali Prusty

Action

ଦେବଦାସୀ

ଦେବଦାସୀ

1 min
17


ତୁମ ପାଇଁ ପ୍ରଭୁ ମଥାରେ ପିନ୍ଧିଛି

ସୋହାଗ ସିନ୍ଦୁର ବିନ୍ଦୁ

ହାତରେ ପିନ୍ଧିଛି ନାଲି ଶଙ୍ଖା ଚୁଡ଼ି

ପାରି ହେବି ଭବ ସିନ୍ଧୁ

ଦେବଦାସୀ ହେଇ ନାଚୁଥିବି ମୁହିଁ

ତୁମେ ମୋର ପ୍ରିୟ ବନ୍ଧୁ ll


ଲୋଡ଼ାନାହିଁ ଧନଜନ

ଲୋଡ଼ା ନାହିଁ ଯଉବନ

ଦେବଦାସୀ ଲୋଡ଼େ ପାଦରେ ଶକତି

ନାଚିବାକୁ ଗଣ୍ଠିଧନ

ଚାହିଁ ଦେଖୁଥିବ ମୋ ନୃତ୍ୟକୁ ତୁମେ

ପ୍ରିୟ ମୋ ଚକାନୟନ ll


ଦେବଦାସୀ ମୋତେ କରିଦିଅ ପ୍ରଭୁ

ନାଚିବି ଜୀବନ ସାରା

ଭୁଲି ମୋହ ମାୟା ଜୀବନ ଜଂଜାଳ

ଦେଵି ତୁମ ପାଶେ ଧରା

ତୁମେ ମୋର ଶଙ୍ଖା ତୁମେ ମୋ ସିନ୍ଦୁର

ପିନ୍ଧି ହେବି ଆତ୍ମହରା ll


ତୁମେ ମହାବାହୁ ରସିକ ଠାକୁର

ମାନବୀୟ ଲୀଳା କରି

ଖାଇ ଖୁଆଉଛ ନୃତ୍ୟବି ଦେଖୁଛ

ମର୍ତ୍ତ୍ୟେ ଦେବଦାସୀ କରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action