STORYMIRROR

Geetanjali Prusty

Action

4  

Geetanjali Prusty

Action

ଦେବଦାସୀ

ଦେବଦାସୀ

1 min
8


ତୁମ ପାଇଁ ପ୍ରଭୁ ମଥାରେ ପିନ୍ଧିଛି

ସୋହାଗ ସିନ୍ଦୁର ବିନ୍ଦୁ

ହାତରେ ପିନ୍ଧିଛି ନାଲି ଶଙ୍ଖା ଚୁଡ଼ି

ପାରି ହେବି ଭବ ସିନ୍ଧୁ

ଦେବଦାସୀ ହେଇ ନାଚୁଥିବି ମୁହିଁ

ତୁମେ ମୋର ପ୍ରିୟ ବନ୍ଧୁ ll


ଲୋଡ଼ାନାହିଁ ଧନଜନ

ଲୋଡ଼ା ନାହିଁ ଯଉବନ

ଦେବଦାସୀ ଲୋଡ଼େ ପାଦରେ ଶକତି

ନାଚିବାକୁ ଗଣ୍ଠିଧନ

ଚାହିଁ ଦେଖୁଥିବ ମୋ ନୃତ୍ୟକୁ ତୁମେ

ପ୍ରିୟ ମୋ ଚକାନୟନ ll


ଦେବଦାସୀ ମୋତେ କରିଦିଅ ପ୍ରଭୁ

ନାଚିବି ଜୀବନ ସାରା

ଭୁଲି ମୋହ ମାୟା ଜୀବନ ଜଂଜାଳ

ଦେଵି ତୁମ ପାଶେ ଧରା

ତୁମେ ମୋର ଶଙ୍ଖା ତୁମେ ମୋ ସିନ୍ଦୁର

ପିନ୍ଧି ହେବି ଆତ୍ମହରା ll


ତୁମେ ମହାବାହୁ ରସିକ ଠାକୁର

ମାନବୀୟ ଲୀଳା କରି

ଖାଇ ଖୁଆଉଛ ନୃତ୍ୟବି ଦେଖୁଛ

ମର୍ତ୍ତ୍ୟେ ଦେବଦାସୀ କରି ll



Rate this content
Log in

Similar oriya poem from Action