STORYMIRROR

DR PRASANTA KUMAR BISWAL

Action Classics Inspirational

3  

DR PRASANTA KUMAR BISWAL

Action Classics Inspirational

ଶିକ୍ଷା ଓ ସମାଜ

ଶିକ୍ଷା ଓ ସମାଜ

1 min
244

ସମାଜର ଗତିଲାଗେ ଓଲଟା ଓଲଟା 

ଆଧ୍ୟାତ୍ମିକ ବିକାଶ ବିନା

ଜୀବନଟା ହୁଏ ବଡ ହଟହଟା। 

ରଂଗ ବିହୀନ ଇନ୍ଦ୍ରଧନୁ ଲାଗେ ଯେମିତି 

ସଂସ୍କୃତି ହୀନ ସଭ୍ୟତା ଲାଗୁଛି ସେମିତି ।

ଭିନ୍ନ ଲାଗେ ଆଜି

ସତ୍ତା ଠାରୁ ଶକ୍ତି 

ପୁରୁଷ ଠାରୁ ପ୍ରକୃତି

ଶାସନ ଠାରୁ ନୀତି

ଜୀବନ ଠାରୁ ଜ୍ୟୋତି

ସବୁଠି ଆଜି ଅବନତି 

ସବାର ସର୍ବତ୍ର, ବସ୍ତୁବାଦୀର

ଉଗ୍ର ଉପଭୋକ୍ତା ନୀତି ।

ବଞ୍ଚିବାରେ ଯେତିକି ହତାଦର

ମଲାପରେ ସେତିକି ଆଦର

ପୂଜାବଢିଛି ମହାନ ବ୍ୟକ୍ତିର

ଗ୍ରହଣୀୟତା କମିଛି ମୂଲ୍ୟବୋଧର,

ଧର୍ମ ଏଠି ବନ୍ଧା ରାଜନୀତିରେ

ଯେତେ ଧର୍ମାନ୍ଧତା,

ଦେଶପ୍ରେମ ହତ୍ୟାକରେ ,

ଆଜି ପୂଜ୍ୟ ଯିଏ ପ୍ରିୟ ନୁହେଁ 

ପ୍ରଚାର ସର୍ବସ୍ବ ଦୁନିଆରେ

ପ୍ରତିଭା ଏଠି ବାଉଳା ହୁଏ,

ଆଧୁନିକତା ହିଁ କୃତ୍ରିମତା

ଗୁଣ ଗୌଣ ରୂପର ବ୍ୟାପକତା, 

ସୁଖଠାରୁ ଶାନ୍ତି ଅଲଗା ହେଉଛି

ସଫଳତା ଠାରୁ ସାର୍ଥକତା ଭିନ୍ନ ଲାଗୁଛି

ଶିକ୍ଷାୟତନ ବଢିଛି,ଡିଗ୍ରୀ ଦେଉଛି,

ଗୁରୁ ଆଜି ଅଲୋଡା ଲାଗୁଛି, 

ପ୍ରଧାନ ଶିକ୍ଷକ ଠୁ କୁଳପତି 

ଅଣଶିକ୍ଷାରେ ବ୍ୟସ୍ତ ରହୁଛି,

ଶିକ୍ଷାର୍ଥୀ ଦିଗହରା ହୋଇଛି, 

ସମଗ୍ର ଶିକ୍ଷା ବ୍ୟବସ୍ଥା 

ଅମଳାତନ୍ତ୍ରରେ କବଳିତ ହୋଇଛି, 

ମାନବଠୁ ମାନବିକତା ହଜିଛି

ବାହ୍ୟଠାରୁ ଅନ୍ତଃ ପ୍ରଦୂଷିତ ହେଉଛି

ସମାଜଠାରୁ ଶିକ୍ଷା ଦୂରେଇ ଯାଉଛି, 

ଲାଗେ ଯେମିତି....

ବିକାଶ ନାମରେ ବିନାଶର ସିଢି ଚଢୁଛି 

ଶିକ୍ଷା, ପ୍ରଗତିର ମୂଳ ଆଧାର,

 ଶିକ୍ଷା ବିନା ସମାଜ ହୋଇଛି ଅସାର,

ଗୁରୁଶିଷ୍ୟ ଇଂଜିନିଅର 

ଏକ ବଳିଷ୍ଠ ସମାଜ ଗଠନର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action