STORYMIRROR

Kadambari Mohakhud

Abstract Action

3  

Kadambari Mohakhud

Abstract Action

ସମୟର ସ୍ରୋତ🙏କାଦମ୍ବରୀ ମହାଖୁଡ଼

ସମୟର ସ୍ରୋତ🙏କାଦମ୍ବରୀ ମହାଖୁଡ଼

1 min
313


ବାକି ରହିଯାଏ, 

ଛାଡ଼ି ଚାଲି ଯାଏ

ଦୁଇ ଦିନର ଏ ମମତା || 


ସୁଖେ ହସୁଥାଏ,

 ଦୁଃଖେ କାନ୍ଦୁଥାଏ 

ଖୋଜେ ନିଜଠୁ ନିଜର ଦୂରତା.....

ଖୋଜେ ନିଜଠୁ ନିଜର ଦୂରତା ||


ସମ୍ପର୍କରେ ତାର ବନ୍ୟା ଆସିଯାଏ,

 ମନ ଭାଙ୍ଗି ଯାଏ,

ତଥାପି ଖୋଜେ ସେ ବନ୍ଧୁତା....

ତଥାପି ଖୋଜେ ସେ ବନ୍ଧୁତା.


ସମୟ ବିତ୍ତାଇ

 ସମୟ ଖୋଜେ ସେ

ମିଛେ ହୁଏ ହଟ ହଟା.....


ରାତିରେ ଖୋଜେସେ,

ଦିନର ସେ କଥା

କଣ କହିଥିଲି....???? 

ସେ ପ୍ରଶ୍ନ ବାଚକତା


ଉତ୍ତର ମିଳେନି 

ମନେବି ପଡେନି

ମିଛେ ହୁଏ ମୁଣ୍ଡ ବ୍ୟଥା.....

ତାର ମିଛେ ହୁଏ ମୁଣ୍ଡ ବ୍ୟଥା ||


ଈଶ୍ୱର ଙ୍କୁ କରେ

 ମିଛେ ସେ ପ୍ରାର୍ଥନା

ସେଥିରେ ବି ତାର ସ୍ବାର୍ଥତା......

ସେଥିରେ ବି ତାର ସ୍ବାର୍ଥତା


ବାକି ରହିଯାଏ ,

 ସବୁ ସରିଯାଏ

ମନେ ଭରା ମୋହ ମମତା ....

ମନେ ଭରା ମୋହ ମମତା ||


କୋହ ବୋହିଯାଏ,

 ଆଖିର ସୁଅରେ

ମନେ ପୋଛି ଦିଏ ଭରସା ||


ସ୍ବପ୍ନ ଭାଙ୍ଗିଯାଏ 

ରାତି ପାହାନ୍ତା ରେ

ସତ୍ୟ ର ରୁହେ ସତ୍ୟତା.....

ଖାଲି ସତ୍ୟର ରୁହେ ସତ୍ୟତା


ବାକି ସବୁ ମୋହ ଅଜଥା.....

ବାକି ସବୁ ମୋହ ଅଜଥା.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract