STORYMIRROR

subrat kumar jena

Action

3  

subrat kumar jena

Action

ଅଫେରା ପକ୍ଷୀ

ଅଫେରା ପକ୍ଷୀ

1 min
245


ସେଇ ଅଫେରା ପକ୍ଷୀ,

ଉଡୁଥିଲା ମନଭରି ,

ଦୁରରୁ ଦୂରକୁ ବହୁତ ଉପରକୁ,

ଡର ବୋଲି ଶବ୍ଦ ନଥିଲା ତା ଅବିଧାନରେ,

ସେ ଛାହୁଁଥିଲା ଛୁଇଁବାକୁ ଶୀର୍ଷକୁ ।


ହଠାତ ଝଡ଼ ଆସିଲା,

ତଳ ମୁଁହା ହେଲା ପକ୍ଷୀ,

ତଥାପି ଚେଷ୍ଟା କରୁଥିଲା ,

କାଟିବାକୁ ପବନର ଗତିକୁ,

ଲଗାଇଦେଇଥିଲା ସବୁତକ ବଳକୁ,

ଝଡରୁ ବର୍ତ୍ତିବାକୁ ।


ଭାଗ୍ୟ ସାହା ହେଲା,

ମରୁ ମରୁ ବଂଚିଗଲା ସେ,

ମନେ ମନେ ସୁମରିଲା ପ୍ରଭୁଙ୍କୁ,

ବୁଝିପାରିଲା ଆତ୍ମଗର୍ବକୁ ନିଜର,

ପ୍ରତିଜ୍ଞା କଲା ନିଜକୁ ନିଜଠି,

ପୁନରାବର୍ତୀ ନକରିବାକୁ ପୁରୁଣା ଭୁଲର ।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action