ଅଫେରା ପକ୍ଷୀ
ଅଫେରା ପକ୍ଷୀ
ସେଇ ଅଫେରା ପକ୍ଷୀ,
ଉଡୁଥିଲା ମନଭରି ,
ଦୁରରୁ ଦୂରକୁ ବହୁତ ଉପରକୁ,
ଡର ବୋଲି ଶବ୍ଦ ନଥିଲା ତା ଅବିଧାନରେ,
ସେ ଛାହୁଁଥିଲା ଛୁଇଁବାକୁ ଶୀର୍ଷକୁ ।
ହଠାତ ଝଡ଼ ଆସିଲା,
ତଳ ମୁଁହା ହେଲା ପକ୍ଷୀ,
ତଥାପି ଚେଷ୍ଟା କରୁଥିଲା ,
କାଟିବାକୁ ପବନର ଗତିକୁ,
ଲଗାଇଦେଇଥିଲା ସବୁତକ ବଳକୁ,
ଝଡରୁ ବର୍ତ୍ତିବାକୁ ।
ଭାଗ୍ୟ ସାହା ହେଲା,
ମରୁ ମରୁ ବଂଚିଗଲା ସେ,
ମନେ ମନେ ସୁମରିଲା ପ୍ରଭୁଙ୍କୁ,
ବୁଝିପାରିଲା ଆତ୍ମଗର୍ବକୁ ନିଜର,
ପ୍ରତିଜ୍ଞା କଲା ନିଜକୁ ନିଜଠି,
ପୁନରାବର୍ତୀ ନକରିବାକୁ ପୁରୁଣା ଭୁଲର ।।
