ସମୟକୁ ପ୍ରଶ୍ନ ......
ସମୟକୁ ପ୍ରଶ୍ନ ......
ହେ ସମୟ ,ଟିକେ ଶୁଣିବ
ମନେ କିଛି ପ୍ରଶ୍ନ ର ଉତ୍ତର କି ଦେବ?
ଯେବେ କେବେ ରହେ କାହା ଅପେକ୍ଷାରେ ,
ରାଗ ଲାଗେ ଭାବି ତୁମ ବେଗ ଶୀଥିଳତାରେ ,
ପିଲାଦିନ ପଢିବା ଅବା ଶ୍ରେଣୀ ଶେଷ ହେବାରେ ,
ଖେଳ କୁଦ ଅବା କିଛି ବନ୍ଧୁ ସଙ୍ଗ ଅପେକ୍ଷାରେ ,
ଯୁବା ବେଳେ କେବେ କର୍ମ ଓ ଜୀବିକା ଅନ୍ୱେଷଣରେ ,
କେବେ କେବେ ଏହା ପାଇଁ ଲମ୍ବା ଧାଡି ସାକ୍ଷାତକାରରେ ,
କର୍ମ ପଥେ କେବେ ପୁଣି ଯାତ୍ରା କାଳେ,
ଯେବେ ଅପେକ୍ଷା କରେ ବିନା ଅଜ୍ଞାତ ବିଳମ୍ବରେ ,
ହେ ସମୟ ,ଏ ତୁମ ଶୀଥିଳତା ,
କିମ୍ବା ଅଟେ ମନର ବ୍ୟାକୁଳତା?
ବାଲ୍ୟାବସ୍ତେ ପ୍ରାତ କାଳେ
ଶଯ୍ୟା ତ୍ୟାଗ ବେଳେ ,
ବିଦ୍ୟାଳୟେ ବାର୍ଷିକ ପରୀକ୍ଷା କାଳେ,
ପୁଣି ଯେବେ ଆସେ ଶେଷ ବର୍ଷ ବିଦ୍ୟାଳୟରେ ,
ବନ୍ଧୁ ସଙ୍ଗେ ବିଛିନ୍ନତା ର ଆକୁଳତା ବେଳେ ,
ବିଦ୍ୟାଳୟର ଆବଦ୍ଧତା ରୁ ମହାବିଦ୍ୟାଳୟ ସ୍ଵାତନ୍ତ୍ରତାରେ,
ଛାତ୍ର ଜୀବନରୁ ବିଦାୟର ବେଳେ ,
ହେ ସମୟ ,ଲାଗେ ବଡ ରାଗ ତୁମ ଗତି ର କ୍ଷିପ୍ରତାରେ,
ତୁମେ କୁହ ମନ କାହିଁ ଭରେ ଏହି ଆବେଗରେ ?
.
ଯୁବାବସ୍ତେ କେବେ କାର୍ଯ୍ୟ ଅନ୍ୱେଷଣରେ ,
କେବେ ପୁଣି ମନ ଲାଖି ସାଥି ର ଅପେକ୍ଷାରେ ,
କେବେ ଯେବେ ମଧୁର ପ୍ରୀତି ସାଉଁଟି ରଖିବାରେ ,
ପୁଣି ଯେବେ ଜୀବନେ ଲାଗେ ସଂସାର ଗଢିବାରେ ,
କେତେ କେତେ ସ୍ବପ୍ନ ଦେଖି ନାଚେ ମନ ଆନନ୍ଦରେ ,
ହେ ସମୟ ,କେବେ ତୁମେ ଶିଥିଳ ତ କେବେ କ୍ଷିପ୍ର ଗତିରେ ,
ବୁଝି ବି ଅବୁଝା କି ଏ ମନ ଭଗ୍ନ ତୁମ ଆକ୍ଷେପରେ ?
ପ୍ରୌଢ ଅବସ୍ଥା ରେ ସଂସାର ମଧ୍ୟରେ ,
ପିତା ମାତା ପୁତ୍ର କନ୍ୟା ଅର୍ଦ୍ଧାଙ୍ଗିନୀ ସାଙ୍ଗରେ ,
ଦେଖିଥିବା ସ୍ବପ୍ନ ସାକାର ହେବାର ବେଳେ ,
ଲାଗେ ଯେବେ ସୁଖର ବେଳ ଆସିଛି ରେ ,
ନିଷ୍ଠୁର ତୁମେ କେବେ ନେଇ ଯାଅ କିଛିଙ୍କୁ ବହୁ ଦୂରେ ,
କେବେ ପୁଣି ବନ୍ଧ ବାନ୍ଧ ସୁଖର ସ୍ରୋତରେ ,
ଲାଗେ କେବେ ଏକା ଏକା ଏ ସାରା ଦୁନିଆରେ ,
ଆଶା ନଈ ବଢି ଚାଲେ ସବୁ କିଛି ସାଉଁଟିବାରେ ,
ହେ ସମୟ ,ତୁମେ କିନ୍ତୁ ବଢି ଚାଲ ରହେ ମନ ଅପେକ୍ଷାରେ,
କୁହ ତୁମେ କେମିତି କେତେ ଅବା ରହିବି ପ୍ରତୀକ୍ଷାରେ ?