STORYMIRROR

Akshayakumar Dash

Action Inspirational

3  

Akshayakumar Dash

Action Inspirational

ଜୀବନ

ଜୀବନ

1 min
244

ସମସ୍ୟାର ଜାଲ

ବହୁରୂପରେ ପହଞ୍ଚେ

ସଂଗ୍ରାମ କରୁଥାଏ

ସବୁକିଛି ଠିକ ଠାକ ଥାଇ

ହଠାତ ନଭର ମେଘ

ଶରୀର ରୋଗରେ ପୀଡିତ

ତ'ମନର ଗଳିରେ

ଯୋଜନା ପ୍ରସ୍ତୁତ ହୋଇ

ବେଳେ ଦ୍ଵନ୍ଦ ଅବସାଦ

କେବେ ନିର୍ଝରିଣୀ

ସାମାଜିକ ଆୟ।ମରେ

ବ୍ୟକ୍ତି ବହିରମୁଖୀ

ସାମାଜିକ କାର୍ଯ୍ୟକଳାପରେ

ମିଳିମିଶି କାମକରୁ କରୁ

ପ୍ରତି ଦ୍ଵନ୍ଦ ସଂଘର୍ଷ କରେ

ଅଗ୍ନିପରୀକ୍ଷାରେ

ସାମ୍ନା କରେ ।

ରାଗିଯାଏ ତ ମନାଇଥାଏ

ନୂଆ ସମ୍ପର୍କ ଯୋଡ଼େ

ହାରିବା ଜିତିବା ଭିତରେ

ଭାବନାର ପଶାପାଲ୍ଲୀ ରେ

ଉଥାନ ପତନ ଭିତରେ

ସମୟକୁ ଅପେକ୍ଷା କରେ

କର୍ମକୁ ପାଥେୟ କରି

କେବେ ଆନନ୍ଦର କ୍ଷଣ

ତ'କେତେ ବ୍ୟାକୁଳତା

ରାତ୍ରିର ଅନ୍ତ ପରେ

ସଫଳ ଅସଫଳ ଦୁଇ କୂଳ

ସାମଜସ୍ୟ ବୁଝିବା କଳାରେ

ଜୀବନ ବନାମ ଡଙ୍ଗା

ସଂସାର ଉଦ୍ଧ।ମ ନଦୀର ପ୍ରବାହ

ନାଉରୀର କଲା

ଧର୍ଯ୍ୟ ଓ ସାହସର କାତ ଧରି

ନୌକା କୁ ଆରପାରି ନେବା

ନିର୍ବିହ୍ନ ରେ ପହଁଚିବା ହିଁ ଜୀବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action