STORYMIRROR

Gangotri Priyadarshini

Action Inspirational

4  

Gangotri Priyadarshini

Action Inspirational

ଦୁଃଖ ସୁଖ

ଦୁଃଖ ସୁଖ

1 min
247


ଦୁଃଖ ସୁଖ ଦୁହେଁ ଯାଆଁଳା ଭାଇ

ଏକକୁ ଆରେକ ଗୁଣ କି କହି !!

ପତିଆରା କେତେ ମଣିଷ ପାଖେ

ଅଧମ ମଣିଷ ସୁଖ ପାଖକୁ ଡାକେ !!


ଘଡ଼ିଏ ସୁଖକୁ ଦିଘଡି ଦୁଃଖ ବାରତା

ଜଣେ ପରେ ଜଣେ ବିଧି ସାଇତା !!

ହସ ଧାରେ ଥିଲେ ଦି ଧାର ଲୁହ

ପର ଆପଣା କାହାକୁ କରିବା କୁହ !!


ଏମିତି ଜୀବନ ଦୁହିଁଙ୍କୁ ନେଇ

କି ଗର୍ବ ଜୀବନେ କରିବା କାହିଁ !!

ମଣିଷ ଜୀବନ ନଈର ଧାର

ସୁଖ ପରେ ମିଳେ ଦୁଃଖ ପାହାର !!


ବିଚରା ମନ କି ବୁଝି ପାରଇ

ମୋହ ଅନ୍ଧେ ବିବେକକୁ ଭୁଲାଇ !!

ଦୁଃଖରେ ଯେପରି ସୁଖରେ ସେପରି

ସମଭାବାପନ୍ନ ଭାଗ୍ୟ ହେଉ ହେ ସବୁରି !!


ସୁଖରେ ନହେଲେ ଦୁଃଖ ଆଶ୍ରା ହୁଅ

ଏ ମର୍ତ୍ୟ ମଣ୍ଡଳେ ଧନ୍ୟ ଯେ ବୋଲାଅ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action