STORYMIRROR

Trushna Das

Abstract Action Inspirational

4  

Trushna Das

Abstract Action Inspirational

ଜୀବନ ତ ଦୁଇ ଦିନର

ଜୀବନ ତ ଦୁଇ ଦିନର

1 min
256

         

ଜୀବନ ତ ଦୁଇ ଦିନର

   କାଇଁ ରଖିଛ ଏତେ ରାଗ ରୁଷ

ଆଜି ଚାଲିଛି ନିଶ୍ୱାସ ପ୍ରଶ୍ୱାସ 

   କାଲି ଚାଲୁ ଥିବ କି ନାଇ କି ବିଶ୍ୱାସ।


ଜୀବନ ତ ଦୁଇ ଦିନର 

   ଲୋଭ ରଖିଛ କାଇଁ ଲ ଧନ

ଲୋଭ ରହିଲେ ସେଇ ଜିନିଷରେ ଥିବ ମନ

   ନ ପାଇଲେ ବିରକ୍ତ ଲାଗେ ଜୀବନ। 


ଜୀବନ ତ ଦୁଇ ଦିନର 

   ମନରେ କାଇଁ ରଖିଛ ଗର୍ବ

ଗଲା ବେଳକୁ କଣ ନେଇ ଯିବ

   ଏକା ଆସି ଥିଲ ଏକା ହିଁ ଯିବ। 


ଜୀବନ ତ ଦୁଇ ଦିନର 

    ଅନ୍ୟ ପ୍ରତି ଇର୍ଷା ରଖିଲେ କଣ ହେବ 

ମନରେ କେବଳ ସୃଷ୍ଟି ହେବ ଉଦବେଗ 

    ଅନ୍ୟର ଖୁସି ଦେଖି ନିଜେ ଛଟପଟ ହୋଇ ମରିବ। 


ଜୀବନ ତ ଦୁଇ ଦିନର 

    ଅନ୍ୟର କ୍ଷତି ନ ଭାବ

ନିଜର ଉନ୍ନତି ସହ ଅନ୍ୟର ଉନ୍ନତି ପାଇଁ ଭାବ

    ନିହାତି ତୁମ ଜୀବନ ହେବ ସୁଖମୟ।


ଜୀବନ ଦୁଇ ଦିନର 

    ଛାଡ ମୋହ ମାୟାର ବନ୍ଧନ 

କରି ଚାଳ ନିଜ କର୍ମ ଓ ସେବା ମାଧବ ସମାଜର

    କାରଣ ମାନବ ସେବାରେ ହିଁ ପ୍ରାପ୍ତି ହେବ ଈଶ୍ୱରଙ୍କ ଆଶୀର୍ବାଦ। 


ଜୀବନ ଦୁଇ ଦିନର

     ମନରେ ରଖି ପ୍ରେମ କର ଅନ୍ୟର ଉପକାର 

ଯେମିତି ତୁମେ ଗଲା ପରେ ତୁମ କର୍ମ 

    ପାଇଁ ଝୁରି ହେବେ ଲୋକ ଭାବି କଥା ତୁମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract