STORYMIRROR

କଳ୍ପନା ରାୟ

Tragedy Action Classics

4  

କଳ୍ପନା ରାୟ

Tragedy Action Classics

ଶୀତ

ଶୀତ

1 min
188


ଶୀତ, ତୁ ବୋଧେ ଆସୁ

କାର୍ତ୍ତିକ ହବିଷ ଡାଲମା ର ବାସ୍ନାରେ

କୁହୁକିନୀ କାଶତଣ୍ଡୀର ହିଲ୍ଲୋଳରେ

ସୁନା ଧାନକେଣ୍ଡାର ଆହଟରେ

କୃଷକ ଭାଇର ମନଖୋଲା ହସରେ


ଶୀତ, ତୁ ଆସୁ ନା !!!

ଗରିବର ହାଡ଼ଭଙ୍ଗା ଥରାରେ

ଧାନ ଉଷାଁ ହାଣ୍ଡିର ରଢନିଆଁରେ

ନା ବୁଢୀମାଉସୀର ନିଆଁ ଉହ୍ମେଇରେ

କଅଁଳ ଖରାର ଖଟି ମଜ୍ଜାରେ


ଶୀତ, ପୂର୍ବେ ତୁ ଆସୁଥିଲୁ ନା !!!

ମାଆର ଉଲ୍‌ ଵୁଣାକଣ୍ଟାସହ ଖୁସିରେ

ଗେଣ୍ଡୁଫୁଲର ଗହଳି ଭିତରେ

ବାଲିଆ,ଇନକାର ଅବଗାହନରେ

ସାରିଆଭଗିଆର ଅନୁନୟରେ


ଶୀତ, ତୁ ଆସୁ ପା !!!

ନାଉଫୁଲ, ଶିମ୍ବ ଫୁଲ ସହ ନଟେଇ

ପୃଥିବୀ ସୁନ୍ଦରୀହୁଏ ଫୁଲଫଳରେ ସଜେଇ

ପିଲାମାନେ ପଢୁଥାନ୍ତି ଖରାରେ ସାପ ପକେଇ

ସହରରେ କୋଠାଛାଇରେ‌‌ ଖରା ଯାଏ ଲୁଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Tragedy