*ପ୍ରକୃତ ମରଦ ସିଏ
*ପ୍ରକୃତ ମରଦ ସିଏ
ମରଦ ଜନମ ପାଇଅଛ ବୋଲି.
ନିଜକୁ ମରଦ କହୁଛ
ଅବଳା ଉପରେ ଅତ୍ୟାଚାର କରି
ନିଜକୁ ମରଦ ଭାବୁଛ,,,,,
କାମଧନ୍ଦା ନାହିଁ ଭାକୁଡ଼ା ଭଳିଆ
ଦାଣ୍ଡରେ ଘୁରିବୁଲୁଛ
ଯୌତୁକ ପାଇଁ ଅବଳା ଉପରେ
ଅତ୍ୟାଚାର ଖାଲି କରୁଛ,,,,,,
ଖଟିକରି ଯଦି ପୋଷି ପାରିବନି
ବାହାଘର କିଆଁ ହେଉଛ
ବାହା ହୋଇ କରି ଜଣେ ଅବଳାର
ଜୀବନ ଟା ନଷ୍ଟ କରୁଛ,,,,,
ବିକୃତ ମନ କୁ ମୁଣ୍ଡରେ ଧରି
ନିଜକୁ ମରଦ ଭାବୁଛ
ଧିକ ତୁମର ମରଦ ପଣିଆ
ନିଜକୁ ମରଦ କହୁଛ,,,,,
ଅବଳା ଉପରେ ଅତ୍ୟାଚାର କରି
ନିଜକୁ ଭାବୁଛ ମରଦ
ତୁମର ଭଉଣୀ ଦରଦ ପାଇଲେ
ବୁଝିବ କଣ ଦରଦ,,,,,
ମରଦ ଅର୍ଥ ଟିକିଏ ହେଜିବ
ମରଦ ର ମୂଲ୍ୟ ରଖିବ
ଯୌତୁକ ରୋଗ କୁ ମୁଣ୍ଡରୁ କାଡି
ସୁନାର ସଂସାର ଗଢ଼ିବ,,,
ସବୁ ଚାଲିଯିବେ ଯେ ଯାହା ବାଟରେ
ସ୍ତ୍ରୀ ତୁମ ପାଖେ ରହିବ
ଦୁଃଖରେ ସୁଖରେ ସାଥେ ସାଥେ ରହି
ଦୁଃଖେ ସୁଖେ ଭାଗୀ ହୋଇବ....
ନିଜର ସ୍ତ୍ରୀର ମନକଥା ବୁଝି
ବଞ୍ଚି ରହିଥାଏ ଯିଏ
ଆଜିର ଦିନରେ ଏଇ ଦୁନିଆଁରେ
ପ୍ରକୃତ ମରଦ ସିଏ...
ଏଇ କଥା ମନେ ରଖିବ
ନିଜର ସ୍ତ୍ରୀ କୁ ଆପଣାର କରି
ସୁନାର ସଂସାର ଗଢିବ.....
