STORYMIRROR

କବିତା ଆସର

Abstract Children Stories Children

4  

କବିତା ଆସର

Abstract Children Stories Children

ମା

ମା

1 min
196


ମା ମୋର ମା(ଘୋଷା)

ମା ମୋର ମା।

ନାହିଁ ପୁଣି ତୋ'ର ଉପମା।

ସଂସାର ର ସାର ତୁହି,

ଗଢ଼ିଛନ୍ତି ଭାବଗ୍ରାହୀ।

କେମିତି ବର୍ଣିବି କହ,

ତୋ'ର ମହିମା।୧।ମା ମୋର ମା।

ଗର୍ଭଫାଡି ଜନ୍ମଦେଲୁ,

ଥନକାଢି ଖିର ଦେଲୁ,

ହାତଧରି ଚଲାଇଲୁ,ମା,

କେମିତି ବର୍ଣିବି କହ,

ତୋର ଗାରିମା।୨।ମା ମୋର ମା।

ଜର ହେଲେ ପାଖେ ଵସୁ,

କେତେ ହାତେ ଆଉଂସୁ ତୁ,

ପଣତ କାନି ରେ ପୋଛୁ,

ଲୁହକୁ ତୋର।

କେମିତି ଶୁଝିବି କହ,

ତୋର କରୁଣା।୩।ମା ମୋର ମା।

ଜଗତରେ ଯେତେ ଜନ,

କେହି ନୁହେଁ ମହାଜନ।

ସବୁରି ଉର୍ଦ୍ଧ୍ବରେ ତୁହି ମା।

ଆଶା କରେ ତୋର କାମନା।୪।ମା ମୋର ମା।

କେତେ ରାତି ଉଜାଗର,

ସବୁ ଆଜି ଛାରଖାର।

ପୁଅ ଆଜି ନପଚାରେ, ତୋତେ।

ଧରିତ୍ରୀ ଫାଟିବ ଏଠି,

ରହିବନି ପ୍ରିୟା ପ୍ରିତୀ।

ପାଦତଳେ ମୋର ପ୍ରଣତୀ।୫।ମା ମୋର ମା।ମା ମୋର ମା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract