STORYMIRROR

କବିତା ଆସର

Abstract Children Stories Others

4  

କବିତା ଆସର

Abstract Children Stories Others

ମାଆ ତୁ ମୋର ସବୁ କିଛି

ମାଆ ତୁ ମୋର ସବୁ କିଛି

2 mins
244


କାହାର କଅଁଳ ପରଶେ ଭାଙ୍ଗିଲା 

ବହଳ ନିଦଟି ମୋର 

ତୋହରି ନରମ ସ୍ବରରୁ ଶୁଭିଲା 

ଉଠି ପଡ଼ ଉଠି ପଡ଼ l

ଆଖି ମଳି ମଳି ଉଠି ଚାହିଁଲିମୁ 

ଦୂରେ ହୋଇ ଅଛୁ ଠିଆ 

ହାତ ଠାରି ମତେ ଡାକି ଚାଲି ଗଲୁ କାହିଁ ଗଲୁ ମୋର ମାଆ l

କେତେ ବରଷରୁ ଭୁଲି ମୁଁ ଗଲିଣି 

ତୋର ସ୍ନେହ ବୋଳା ଡାକ  

ଉଠି ଯା ମା ସକାଳ ହେଲାଣି 

ଧୋଇ ଦେ ତୋର ମୁଖ l

ମଣେ ପଡେ ବୋଉ ତୋହରି ମୁହଁର 

ଅମୃତ ଝରା ସେ କଥା 

ଯେତେ ଦୁଃଖ ଆସୁ ହସି ଦେଉ ଥାଉ 

ମନରେ ନା ରଖି ବ୍ୟଥା l

ଆମ ଭୁଲରେ ବାପାଙ୍କର ଗାଳି 

ପଡଇ ତୋହର ମୁଣ୍ଡେ 

ସବୁ ସହି ଯାଉ ଉତ୍ତର ଣ ଦେଇ 

କଥା ତୋ ଣ ଥାଇ ତୁଣ୍ଡେ l

ଯେତେ ଅଲିଝଳି ସବୁ ତକ ମୋର  

ସହି ଯାଉ ମାଟି ପରି 

ସବୁ ଜିଦି କୁ ମୋ ପୂରଣ କରଉ 

କାମଧେନୁ ସାଜିକରି l

ନାନା ଦରବକୁ ସାଇତି ଥାଉ ଲୋ 

ମୋ ଖୁସି ପାଇଁ ଆଣି 

ଯେତେ କଷ୍ଟ ପଡ଼ୁ ହସି ହସି ସହୁ 

ଲୁହକୁ କରି ତୁ ପାଣି l

ବାପାଙ୍କ ଆଦର୍ଶ, ଶିକ୍ଷlକୁ ଆଦରି 

ତାଙ୍କରି ନିର୍ଦେଶ ପଥେ 

ଚାଲିବା ପାଇଁକି ଉପଦେଶ ଦେଉ 

ଆସୁ ପଛେ ଦୁଃଖ ଯେତେ l

ସତ୍ୟ, ନ୍ୟାୟ, ଧର୍ମ, ସ୍ନେହ, ମମତାର 

ନୀତିବାଣୀ ଶିକ୍ଷା ଦେଇ 

ସମାଜର ଏହି କଣ୍ଟକିତ ପଥେ 

ଚାଲି ଶିଖାଇଛୁ ତୁହି l

ମମତାମୟୀ ତୁ ସେନେହମୟୀ ତୁ 

କରୁଣା ମୟୀ ମାଆ ମୋର 

ଜନ୍ମଦାତ୍ରୀ, ଶିକ୍ଷlଦାତ୍ରୀ, ଜ୍ଞାନଦାତ୍ରୀ 

ତୋ କୋଳ ମୋ ସରଗ ପୁର l

ଦଶ ମାସ ଦଶ ଦିନ ଧରି ମତେ 

ଦେଲୁ ଶେଷରେ ଜନମ 

ମୋ ପାଇଁକି କେତେ କଷ୍ଟ ତୁ ସହିଛୁ 

ସହିଛୁ କେତେ କଷଣ l

କେତେ ଦୁଃଖ କେତେ କଷ୍ଟ ସହି ଯାଉ 

ମୁଠାଏ ହସ ତୁ ହସି 

ନିଜେ ପିଇ ଦେଇ ଲୁହର ଯନ୍ତ୍ରଣା 

ବାଣ୍ଟୁ ଥାଉ ନିତି ଖୁସି l

ତୋର ହାତ ଧରି ଚାଲି ମୁଁ ଶିଖିଲି 

ଶିଖାଇଲୁ କେତେ କଥା 

ତୋ ପଣତ ଯେବେ ଛାଇ ହୋଇଥାଏ 

ମତେ ଣ ଲାଗଇ ବ୍ୟଥା l

ଶୁଣିଛି ତୋ ଠାରୁ କେତେଯେ କାହାଣୀ 

ତୋ ଛାତି ଉପରେ ଶୋଇ 

ତୋ କୋଳରେ ଟିକେ ମୁଣ୍ଡ ନା ରଖିଲେ ନିଦ ମତେ ଆସେ ନାହିଁ l

ଯେତେ ଧୂଳି ମଳି ହୋଇ ଆସିଥିଲେ 

କୋଳରେ ଆଦରି ନେଉ 

ପଣତରେ ତୋର ଧୂଳି ଝାଡ଼ି ଦେଇ 

ଗାଲରେ ଚୁମାଟେ ଦେଉ l

ନିଜଠୁ ନିଜର କରୁତୁ ଆଦର 

ତୁହି ଏକା ମାଆ ମୋର 

ତୋ କୋଳ ଝୁଲଣl ତୋ ପଣତ କାନି 

ମୋ ପାଇଁ ସରଗ ପୁର l 

ଭଲ ଲାଗେ ବୋଉ ତୋ ହାତ ପଖାଳ 

ଶାଗ ଭଜା ଆଳୁ ଭଜା 

ତୁଚ୍ଛ ଲାଗେ ମତେ ମାଛ ମାଉଁସ ଲୋ କେତେଯେ ଲାଗଇ ମଜା l

ନିଜ ତୁଣ୍ଡେ ଦେଇ ତୋରାଣି ମୁନ୍ଦାଏ 

ମୋ ପାଇଁ ରଖୁତୁ ଭାତ 

ତୋର ସ୍ନେହ ଶ୍ରଦ୍ଧା ମମତାର ଡୋରି 

ବଡ଼ ଦେଉଳର ନେତl

ମନେ ପଡି ଗଲେ ତୋ କଥା ଲୋ ବୋଉ 

ଆଖିରେ ଆସଇ ଲୁହ 

ଖୋଜୁଛି ଆଜିମୁଁ ସେହି ପିଲାଦିନ 

ଛାତିରେ ଆସୁଛି କୋହ l

ଆଖିରୁ ଟୋପାଏ ଲୁହ ମୋ ଝରିଲେ 

ତୋ ଠାରୁ ରକତ ଝରେ 

କିଏ ପୋଛି ଦେବ ମୋ ଆଖିର ଲୁହ ଦେଖି ଯା ଲୋ ମାଆ ଥରେ l

ହୀରା ଲୀଳା ମୋତି ମାଣିକ କି ଅବା 

ନୁହଇ ତୋ ସାଙ୍ଗେ ତୁଲ 

ସରଗଠୁ ବଳି ତୋ କୋଳ ଅଟଇ 

ଅମୁଲ ଯାହାର ମୁଲ l

ସର୍ବ ସହା ତୁହି ଅଟୁ ପୁଣ୍ୟ ବତୀ 

ସର୍ବସଂହା ପୁଣି ତୁହି 

ପୃଥିବୀ କୋଳରେ ଜନମ ନେଲୁ ତୁ 

ମୋ ମାଆ ରୁପକୁ ନେଇ l

ଅନାବିଳ ମମତାର ମନ୍ଦାକିନୀ 

ଆଶିଷ ଝରଣା ତୁହି 

ସ୍ନେହର କୁବେର ଭଣ୍ଡାର ବୋଉ ତୁ 

ତୋ ଡରି ଆଉକେ 


Rate this content
Log in

Similar oriya poem from Abstract