STORYMIRROR

କବିତା ଆସର

Children Stories

4  

କବିତା ଆସର

Children Stories

ହଜିଲା ଶୈଶବ

ହଜିଲା ଶୈଶବ

1 min
191


 ହଜିଲା ଶୈଶବ ଆଜି ମୁଁ ଖୋଜୁଛି

ପ୍ରୀତି ପ୍ରଣତିରେ ପ୍ରତିଯୋଗୀ ଅଛି।।

ଲାଗୁଛି ମୁଁ କିବା ଦେଖୁଛି ସପନ

ସ୍ମୃତି ପଟରେ ମୋ ଯାହା ଭାସମାନ।।

ନ ଫେରି ଆସିବ ସେହି ପିଲାଦିନ

ମାଆ କୋଳେ ବସି ମାଗୁ ଥିଲି ଜହ୍ନ।।

ବାପାଙ୍କ ପାଖରେ କରୁଥିଲି ଅଳି

ଯୁଆଡ଼େ ଯାନ୍ତି ପଛେ ପଛେ ଚାଲି।।

ଆଇସ୍କ୍ରିମ ଆଉ ବାରମଜା ପାଇଁ

ଚକୋଲେଟ ପାଇଁ ପଛେ ପଛେ ଧାଇଁ।।

ବୁଢ଼ୀ ମାଆ ପାକୁଆ ପାଟିରୁ ଗପକୁ

ଶୁଣି ଶୁଣି କେତେ ଆସଇ ମନକୁ।।

ବୁଢ଼ା ବାପାଙ୍କର ପାନ ଖିଆ ପାଟି

ବୁଲନ୍ତି ଧରିକି ନେଇ ତାଙ୍କ ପିଠି।।

କ୍ରମେ ବଡ଼ ହେଲି ସାଙ୍ଗସାଥୀ ମେଳ

ବାଟି, ଡୁଡୁ, ବୋହୂଚୋରୀ ଖେଳ।।

ରଙ୍ଗ ବେରଙ୍ଗର ଗୁଡ଼ି ଧରି କରି

ଉଡାଉ ଉଡ଼ାଉ କାହା ଗୁଡି ଛିଡି।।

ଲାଗୁ ସେଥି ପାଇଁ କେତେ ଗଣ୍ଡଗୋଳ

ପୁଣି ମିଶିକରି ଆରମ୍ଭ ଯେ ଖେଳ।।

ୟା ତା ବଗିଚା ବୁଲି ବୁଲି ଯାଇ

ପ୍ରଜାପତି ଧରି ଦେଇଛି ଉଡ଼ାଇ।।

ବଣ ବୁଦା ବୋଲି ଖାଉଥିଲୁ କୋଳି

ସନ୍ଧ୍ୟା ହେଲେ ଆସି ଖେଳୁ ଲୁଚକାଳି।।

ବର୍ଷାରେ କାଗଜ ଡଙ୍ଗାକୁ ଭସାଇ

"ଭାସି ଯା କାଗଜ ଡଙ୍ଗା" ଗୀତ ଗାଇ।

ସେ ଦିନ ଲାଗୁଛି ସପନ ପରାୟ

ଆଉ ନ ଫେରିବ ଜାଣିଛି ନିଶ୍ଚୟ।।

 ଭାବୁଛି ମୋ ପାଖେ ଅଛି ଯେତେ ଧନ

ନେଇ କେ ଦିଅନ୍ତା ମୋର ପିଲାଦିନ।।

ସବୁ ସାଙ୍ଗସାଥୀ ହୋଇଯାନ୍ତୁ ମେଳ

ଆଉ ନ ଖେଳନ୍ତୁ ବୋହୂଚୋରୀ ଖେଳ।।

ସେତେବେଳେ ସିନା ନଥିଲା କ୍ରିକେଟ

ଏବେ ବାପା କିଣି ଦ୍ୟନ୍ତେ ବଲ୍ ବ୍ୟାଟ।।

କାଶିଆ, କପିଳା ସବୁ ହୋନ୍ତୁ ମେଳ

ଆନନ୍ଦରେ ଖେଳି ପାରନ୍ତୁ ସେ ଖେଳ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍