STORYMIRROR

କବିତା ଆସର

Children Stories

4  

କବିତା ଆସର

Children Stories

ପ୍ରତିବାଦ

ପ୍ରତିବାଦ

1 min
218


ସମୟ ସ୍ରୋତରେ ମଣିଷ ଜୀବନ 

କେବେ ଜିତେ ପୁଣି କେବେ ଆହ୍ୱାନ

ପରିବାର ହେଉ ଅବା ଅଜଣା ମଣିଷ

ନିଜସ୍ଵ ଅଧିକାର ନ ପାଇଲେ କରେ

ଅନେକ ପ୍ରତିବାଦ ପ୍ରୟାସ।।


ଯନ୍ତ୍ରଣାର ଆଉଟୁପାଉଟୁ ମଣିଷଟି 

ଖୋଜୁଥାଏ ଜୀବନର ସବୁ ଶାନ୍ତି ଓ ବିଶ୍ୱାସଟି

ସିଏ ଛାତ୍ରଛାତ୍ରୀଟିଏ, ସିଏ ସନ୍ତାନଟିଏ

ସିଏ ନାରୀଟିଏ, ସିଏ ଶ୍ରମିକଟିଏ, 

ସିଏ ସାଧାରଣ ଜନତାଟିଏ ବି

ନିଜସ୍ଵ ଅଧିକାର ପାଇଁ କରନ୍ତି ପ୍ରତିବାଦ।।


ନିର୍ବାଚନ ଆସିଲେ ଆମର ପ୍ରିୟ ନେତା

ପ୍ରତିଶ୍ରୁତିର ପାହାଡ଼େ ଉଡାନ୍ତି ଛତା

ସମୟ ଆସିଲେ ଅଧିକାର ମାଗନ୍ତି ଜନତା

ନ ମିଳିଲେ ଅଧିକାର କରନ୍ତି ପ୍ରତିବାଦର ବର୍ଷା।।


ଅତ୍ୟାଚାର ଅନୀତିର ବଢିଲେ କାୟା

ଅସହାୟର ବଢିଲେ ସୀମାର ଛାୟା

ଉଦଭ୍ରାନ୍ତ ହୃଦୟେ ବଢେ ପ୍ରତିରୋଧ ଆସ୍ଥା

ପାଇବାକୁ ସବୁକିଛି ଆପଣାଇ ନିଏ 

ମଣିଷ ଟି ପ୍ରତିବାଦର ରାସ୍ତା।।


ଆମ ଅଧିକାର ଆମ ସ୍ୱାଭିମାନ

ନାରୀଟିଏ ଏଠି ପାଏନା ସମ୍ମାନ

ସ୍ୱାଧୀନତା ଏଠି ଲାଗେ ପରାଧିନ

ଅଧିକାର ପାଇଁ ଲାଗେ ଲଢେଇ ସବୁଦିନ

ପାଇବାକୁ ଆପଣାଏ ପ୍ରତିବାଦର ଜୀବନ।।


ପୁରାଣର ଯୁଗ ହେଉ ଅବା ଇତିହାସ

ବଞ୍ଚିବା, ଅଧିକାର ପାଇଁ ଲାଗିଛି ଲଢେଇ

ଅସତ୍ୟରୁ ସତ୍ୟ ପାଇବ ପାଇଁ

ଅଧର୍ମରୁ ଧର୍ମ ସ୍ଥାପନା ପାଇଁ 

ପ୍ରତିବାଦର ଲାଗିଛି ଅନେକ ଲଢେଇ।।



Rate this content
Log in