ପ୍ରାତଃ ଭ୍ରମଣ
ପ୍ରାତଃ ଭ୍ରମଣ
ବୟସ ଚାପରେ ଆଜି ମଣିଷ
ବିଭିନ୍ନ ରୋଗରେ ପଡେ ଅବଶ୍ୟ ।।୧।।
ଶାରୀରିକ ପରିଶ୍ରମ ଅଭାବେ
ନାନାଦି ରୋଗ ଶରୀରକୁ ଗ୍ରାସେ ।।୨।।
ଆଣ୍ଠୁ ଗଣ୍ଠି ରୋଗ ଆର୍ଥ୍ରାଇଟିସ୍
ବୟସ ବଢିଲେ ଗ୍ରାସୁଛି ଆସି ।।୩।।
ମୁକ୍ତି ପାଇବାକୁ ଖୋଜେ ମଣିଷ
ଯୋଗ ପ୍ରାଣାୟମ କରେ ଅବଶ୍ୟ ।।୪।।
ବିଭିନ୍ନ ବ୍ୟାୟାମ କରଇ ସେହି
ଶରୀରକୁ ସୁସ୍ଥ ରଖିବା ପାଇଁ ।।୫।।
ବ୍ୟାୟାମ ମଧ୍ୟରେ ପ୍ରାତଃଭ୍ରମଣ
ସବୁ ଵ୍ୟାୟାମଠୁଁ ଅଟେ ଉତ୍ତମ ।।୬।।
ପ୍ରାତଃ ଭ୍ରମଣରେ ଶରୀର ଶ୍ରମ
ନଥିବାରୁ ଏହା ଭଲ ବ୍ୟାୟାମ ।।୭।।
ଚିକିତ୍ସକମାନଙ୍କ ଉପଦେଶ
ପ୍ରାତଃ ଭ୍ରମଣଟି କର ଅବଶ୍ୟ ।।୮।।
ଉପକାରୀ ବ୍ୟାୟାମରେ ଏ ଗଣ୍ୟ
ନାନା ରୋଗ କରେ ନିରାକରଣ ।।୯।।
ପ୍ରତ୍ୟୁଷରୁ ଶୁଦ୍ଧ ବାୟୁ ସେବନ
ସ୍ୱାସ୍ଥ୍ଯ ସୌନ୍ଦର୍ଯ୍ୟକୁ ରଖେ ଅକ୍ଷୁଣ୍ଣ ।।୧୦।।
ସକାଳ ନରମ ସୂର୍ଯ୍ୟ କିରଣ
ଭିଟାମିନ 'ଡି' ରେ ପରିପୂରଣ ।।୧୧।।
ପ୍ରାତଃ ଭ୍ରମଣରୁ ମାଗଣା ପାଇ
ଶରୀରଟି ଆମ ସୁସ୍ଥ ରହଇ ।।୧୨।।
ଶୁଦ୍ଧ ଅମ୍ଳଜାନ ଶରୀର ପାଏ
ଜୀବନୀଶକ୍ତିକୁ ବୃଦ୍ଧି କରାଏ ।।୧୩।।
ରକ୍ତଟି ହୁଅଇ ସ୍ୱଚ୍ଛ ଓ ଶୁଦ୍ଧି
ବଢଇ ଆମର ହଜମ ଶକ୍ତି ।।୧୪।।
ନିଃଶ୍ବାସ ପ୍ରଶ୍ବାସର ବିନିମୟ
ହେତୁ ଆମ ଶ୍ୱାସକ୍ରିୟା ସକ୍ରିୟ ।।୧୫।।
ପ୍ରାତଃ ଭ୍ରମଣରେ ମିଳଇ ମୁକ୍ତି
ମାନସିକ ଚିନ୍ତା ଚାପ ଓ କ୍ଳାନ୍ତି ।।୧୬।।
ହୃଦରୋଗୀ ପାଇଁ ଭଲ ବ୍ୟାୟାମ
ଲାଭପ୍ରଦ ଅଟେ ପ୍ରାତଃ ଭ୍ରମଣ ।।୧୭।।
ପ୍ରକୃତିର ସୁନ୍ଦର ପରିବେଶ
ସବୁଜିମାଭରା ସବୁଜ ଘାସ ।।୧୮।।
ମୃଦୁ ମଳୟକୁ ଖୋଲା ଆକାଶ
ନାନା ରଙ୍ଗ ପକ୍ଷୀ ଫୁଟନ୍ତା ପୁଷ୍ପ ।।୧୯।।
ପ୍ରାତଃ ଭ୍ରମଣରେ ସବୁ ମିଳଇ
ମନ ଏଥିପାଇଁ ପ୍ରସନ୍ନ ହୋଇ ।।୨୦।।
ଶରୀରଟି ସ୍ୱାସ୍ଥ୍ଯବାନ ରୁହଇ
ତିଳେମାତ୍ର ଏଥେ ସନ୍ଦେହ ନାହିଁ ।।୨୧।।
ଆନନ୍ଦରେ କର ପ୍ରାତଃ ଭ୍ରମଣ
ଚିନ୍ତାମୁକ୍ତ ରୁହ ଆହେ ସୁଜନ ।।୨୨।।
