STORYMIRROR

କଳ୍ପନା ରାୟ

Action Inspirational Others

4  

କଳ୍ପନା ରାୟ

Action Inspirational Others

ଜୟ ମା ଦୁର୍ଗା

ଜୟ ମା ଦୁର୍ଗା

1 min
470

 


ଦୁର୍ଗତିକୁ ନାଶ କରୁ ନାମ ତୋର ଦୁର୍ଗା

କୀଟପତଙ୍ଗଠୁ ମାନଵଙ୍କ ତୁ ପରମ ଆରାଧ୍ୟା


ପୂଜ୍ୟା ଶିବାରାଧ୍ୟା ତୁହି ଦୁଃଖ ଵିନାଶିନୀ

ମା'ଚଣ୍ଡୀ ଵିଜୟାରାଧ୍ୟା ତୁ ଶକ୍ତି ପ୍ରଦାୟିନୀ 


ଦୁଃଖ ଶୋକ ନାଶିନୀ ତୁ ମା ମହାଲକ୍ଷ୍ମୀ 

ସବୁ ସୁଖଦୁଃଖେ ତୁ ହୋଇଥାଉ ସାକ୍ଷୀ


ଆହ୍ଲାଦଦାୟିନୀ ତୁ ମା' ସିଦ୍ଧି ପ୍ରଦାୟିନୀ 

ଅଯୋନୀ ସମ୍ଭୁତା ତୁହି ଚୈତନ୍ୟ ରୂପିଣୀ


ତ୍ରିପୁରମୋହିନୀ କଲୁ ଶୁମ୍ଭ ନିଶୁମ୍ଭ ନାଶ

ତୋ ଦୟାରୁ ଭକ୍ତ ପାଏ ମୁକ୍ତି ଆଉ ଯଶ 


ଝଙ୍କଡେ ଶାରଳା ନାମ ଯାଜପୁରେ ଵିରଜା

ନାରାୟଣୀ ରାମଚଣ୍ଡୀ ନୀଳଚକ୍ରେ ଧ୍ଵଜା 


ସମ୍ବଲପୁରେ ରହିଲୁ ସମଲାଇ ନାମେ

ଜଗଦମ୍ଵା ରୌଦ୍ରମୟୀ ନାହିଁ କେହି ଭୂମେ 


ଆଦିଶକ୍ତି ମାଆ ଚଣ୍ଡୀ ନାମ ତୋ କଟକେ 

ଚର୍ଚ୍ଚିକା ନାମେ ରହିଲୁ ଵାଙ୍କିରେ ଛଟକେ


ଅସ୍ତ୍ରଶସ୍ତ୍ର ପାଇଲୁ ତୁ ଦେବତାଙ୍କ ଠାରୁ 

ଅରି ନାଶ କରି ହେଲୁ ଦେବଙ୍କଠୁ ଗରୁ 


ଦର୍ପ ନାଶ କରି ତୁହି ହୈମଵନ୍ତୀ ସୂତା

ପ୍ରାଣ ଥିବା ଯାଏ ତୋର କରୁଥାଏ ପୂଜା 


ଜୀବନ ସଳିତା ଆମ ଲିଭିବା ପୂର୍ବରୁ 

ଦେଖା ଟିକେ ଦେ ମା'ବିନତୀ ତ କରୁ


ଆଶୀର୍ବାଦ ପାଇବାର ଆଶା ତ କରୁଛି 

ଏ ଜୀବନେ ତୋ ବିନା ନାହିଁ ଆଉ କିଛି 


ତୋ ନାମକୁ ଧରି ଧରି ଜୀବନଟା ଯାଉ

ସାକ୍ଷୀ ରୂପେ ରହିଥାନ୍ତୁ ଦାରୁ ମହାବାହୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Action