STORYMIRROR

Trushna Das

Abstract Action Inspirational

4  

Trushna Das

Abstract Action Inspirational

ରଙ୍ଗମଞ୍ଚ

ରଙ୍ଗମଞ୍ଚ

1 min
310

            


ଦୁନିଆଟା ଯଦି ହୋଇଥାଏ ରଙ୍ଗମଞ୍ଚ 

   ତାହାହେଲେ ପ୍ରତ୍ୟେକ ବ୍ୟକ୍ତି ଏଇଠି କଳାକାର 

ଆସିଥାନ୍ତି ଏ ଧରା ପୃଷ୍ଠେ କରିବାକୁ ଅଭିନୟ

   ନିଜ ଭୂମିକାର କାର୍ଯ୍ୟ କରି ସମ୍ପାଦନ 

ଲେଉଟି ଥାନ୍ତି ନିଜ ପ୍ରକୃତ ସ୍ଥଳ,ଯମ ଦ୍ୱାର।


ଦୁନିଆଟା ଯଦି ହୋଇଥାଏ ରଙ୍ଗମଞ୍ଚ 

   ଈଶ୍ବର ହୋଇଥାନ୍ତି ସବୁ କାହାଣୀର ଲେଖକ 

ବ୍ୟକ୍ତିର ଭୂମିକାକୁ ନିର୍ଧାରିତ କରିଥାଏ ତା କର୍ମଫଳ

   ସବୁ କୁହନ୍ତି ଏହା ଭାଗ୍ୟର ଫଳ। 


ଦୁନିଆଟା ଯଦି ହୋଇଥାଏ ରଙ୍ଗମଞ୍ଚ 

ଈଶ୍ୱରଙ୍କ ଅନିଚ୍ଛାରେ ହୋଇ ନ ଥାଏ ଏଠି ଅଭିନୟ

କେତେବେଳେ ଜୀବନେ ଆସିଥାଏ ଖୁସି ତ କେତେବେଳେ ଦୁଃଖ 

ଏ ସବୁ ପରା କର୍ମର ଫଳ, ଭାଗ୍ୟ ଲିଖନ। 


ଦୁନିଆଟା ଯଦି ହୋଇଥାଏ ରଙ୍ଗମଞ୍ଚ 

ଜାଣି ମଧ୍ୟ ଦୁଃଖ କଷ୍ଟର କାରଣ

ମୋହ ମାୟାରେ ପଡି କରୁଛନ୍ତି ଅନୀତି ଅନ୍ୟାୟ 

ପରେ ନିନ୍ଦୁଛନ୍ତି ଈଶ୍ୱରଙ୍କ ଅସ୍ଥିତ୍ୱକୁ। 


ଦୁନିଆଟା ଯଦି ହୋଇଥାଏ ରଙ୍ଗମଞ୍ଚ 

ଅଭିନୟ ସମୟରେ କର ଏମିତି କର୍ମ 

ନ ଖୋଲି ଯାଉ ନର୍କ ଦ୍ୱାର

ହେଉ ସ୍ୱର୍ଗ ପ୍ରାପ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract