STORYMIRROR

Samar Ballav Bhoi

Abstract Tragedy Action

4  

Samar Ballav Bhoi

Abstract Tragedy Action

ମୋ ଗାଁ ମନ୍ଦିର

ମୋ ଗାଁ ମନ୍ଦିର

1 min
336


ମୋ ଗାଁ ଶେଷ ମୁଣ୍ଡେ ଶିବଙ୍କ ମନ୍ଦିର

ଶାନ୍ତି ଓ ଶ୍ରଦ୍ଧାର ସେ ମୁଳ ଆଧାର

ସମସ୍ତଙ୍କ ପାଇଁ ଶୁଭ ସଙ୍କେତର

ଗାଁ ପାଇଁ ଏକ ପ୍ରତୀକ ବିଶ୍ବାସର।। 


ପ୍ରତି ସୋମବାର ତାଙ୍କ ପୁଜା ବାର

ଘଣ୍ଟା ଘଣ୍ଟୀ ଆଳତି ଶୁଭେ ବାରମ୍ବାର

ଘର ପରିବାର ର ଶାନ୍ତି ମନାସି 

ଭୋଗ ଫୁଲଡାଲା ଧରି ମା ଯାଏ ମନ୍ଦିର।।


ସକାଳ ସୂର୍ଯ୍ୟଙ୍କ ରକ୍ତିମ କିରଣ

ପ୍ରଥମେ ପଡେ ମୋ ଗାଁ ମନ୍ଦିରେ

ଝଲସି ଉଠେ ମନ୍ଦିର ମୁଖଶାଳା

ଶୁଶୋଭିତ ସୁନ୍ଦର ଲାଗେ ମନ୍ଦିର ବେଢ଼ା।।

 

ମନ୍ଦିର ନନାର ମନ୍ତ୍ର ଉଚ୍ଚାରଣେ

ଭକ୍ତଙ୍କୁ ଶୁଭ ଆଶିଷ ମିଳେ

ମନ୍ଦିର ପତାକା ଉଡେ ଫରଫର 

ଭକ୍ତ ଙ୍କ ବିଶ୍ବାସ ଭରଷା ବଢେ।।


ବିପଦ ଆପଦେ ଦେବା ଦେବୀଙ୍କର 

ଆଶିର୍ବାଦ ଗାଁ ଉପରେ ଆଧାରିତ

ସତ୍ୟ ଶାନ୍ତି ର ପ୍ରତୀକ ଆମର

ମୋ ଗାଁ ମନ୍ଦିର ସତ।। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract