STORYMIRROR

କଳ୍ପନା ରାୟ

Tragedy Action Inspirational

4  

କଳ୍ପନା ରାୟ

Tragedy Action Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
206


ପ୍ରେମର ପରିଭାଷା କେତେବେଳେ କଣ

କେହି କହିପାରିବେ ନାହିଁ

କାହାକୁ କରିବାକୁ ପଡେ ତ୍ୟାଗ ତ

କିଏ ପ୍ରତାରଣା ଯାଏ ସହି

ରାଧାର ପ୍ରେମକୁ ସ୍ବୀକୃତି ସମସ୍ତଙ୍କର

କିନ୍ତୁ କୃଷ୍ଣାଙ୍କ ପ୍ରେମକୁ ଚିହ୍ନିଚି କିଏ

ଦେବକୀଙ୍କ ପାଇଁ ବସୁଦେବଙ୍କ ପ୍ରେମ

ସେକଥା କହ କି ଭାବିଛି କିଏ ।


ପ୍ରେମ କେତେବେଳେ ସେ ଲାଲଗୋଲାପରେ

ପୁଣି ଫୁଲର ସମାହାର ଥିବା ପାର୍ଟିରେ

ପ୍ରେମ କେବେ ଗାଁର ସରୁଆ ରାସ୍ତାରେ

ତ ପୁଣି ବହିରେ ସାଇତା ଶୁଖିଲା ଗୋଲାପରେ

ପ୍ରେମ ହୋଇଯାଏ ପୁଣି ଅଝଟିଆ କାନ୍ଦରେ

ତ ପୁଣି ହୋଇଯାଏ ଅକସ୍ମାତ୍ ଦେଖାରେ

ପ୍ରେମ ପୁଣି ଆସେ ଏକାଠି ବର୍ଷା ଉପଭୋଇରେ

ତ ପୁଣି ଆସେ ଜୁଆରିଆ ନଦୀ ଧାରରେ

ପ୍ରେମ ଆସେ ନାଚି ନାଚି ହୃଦୟଥରା ଶୀତରେ ।


ପ୍ରେମ ଆସେ ଋକ୍ମିଣୀ ସହ ମିଳନରେ

ପୁଣି ସେ ଆସେ ରାଧାର ବିରହରେ

ପ୍ରେମ ଆସେ ଶଵରୀର ଆନ୍ତରିକତା ରେ

ପୁଣି କେବେ ଆସେ ପ୍ରତାରଣାର ଦାବାଗ୍ନିରେ

ପ୍ରେମ ଆସେ କୃଷ୍ଣାର ଡାକ ପରି ଆତୁରତାରେ

ପ୍ରେମ ଆସେ ଅହଲ୍ୟାର ଚାହାଣିରେ

ପୁଣି ସେ ଆସେ ମୀରାର ଭକ୍ତିରେ

କେବେ ଆସେ କୁବୁଜୀର ସମ୍ମୋହନରେ ।


ପ୍ରେମ ଅନ୍ତରର ସୂକ୍ଷ୍ମତନ୍ତ୍ରୀର ଝଙ୍କାର ହେଲେ ବି

ପ୍ରେମର ପରିଭାଷା ସମୟ କାଳପାତ୍ର 

ଦେଖି

ତାର ସ୍ଥିତି ଜାହିର କରିବା ଶିଖିଛି

ଆଜିର ପ୍ରେମ ତ ମୋବାଇଲରେ ଚାଟିଂ

ସିନେମା ଥିଏଟର ବା ଗପିବା କରି ଗାଡ଼ି ପାର୍କିଂ

ପ୍ରେମ କରିବେ ନିର୍ଜନିଆ ରାସ୍ତାରେ କରି ଲଙ୍ ଡ୍ରାଇଭିଂ

କେହି କେହି ପ୍ରେମ ବି କରନ୍ତି ମାଡ଼ ଖାଇ

ପ୍ରେମର ପରିଭାଷା କଷ୍ଟ, କେହି ପାରିନାହିଁ କହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Tragedy