💐💐ଜୀବନର ମୂଲ୍ୟ💐💐
💐💐ଜୀବନର ମୂଲ୍ୟ💐💐
ଜୀବନର ମୂଲ୍ୟ ଅପୂର୍ବ ଅଟଇ
ପିତ୍ରୁ ମାତ୍ରୁ ସେବା ପାଇଁ
ଜୀବନର କର୍ମ ଅମୂଲ୍ୟ ଅଟଇ
ଗୄହସ୍ତ ପାଳିବା ପାଇଁ।୧।
ପ୍ରଭୁଙ୍କର ସେବା ଜୀବନେ ଅମୂଲ୍ୟ
ନିସ୍ତାରଣ ଦ୍ବାର ପାଇଁ
ଅତିଥି ପୂଜନ ମହାମଂତ୍ର ଅଟେ
ଜୀବନୁ ତରିବା ପାଇଁ ।୨।
ଦେଶ ସେବା ଅଟେ ଜୀବନ କର୍ତ୍ତବ୍ୟ
ଜନ ସେବା ଅଟେ ଧର୍ମ
ନିସ୍ବାର୍ଥ ଭକ୍ତିଟି ପ୍ରଭୁଙ୍କ ଭକ୍ତିହେ
ନିସ୍ବାର୍ଥ କର୍ମ ହିଁ ଧର୍ମ।୩।
ଭାଷା ପ୍ରେମ ଅଟେ ଅମୂଲ୍ୟ ସମ୍ପତି
ଉନ୍ନତିର ମାର୍ଗ ଜାଣ
ପୂରଣା ସଂସ୍କୃତି ପୌରାଣିକ ଗାଥା
ଜୀବନ ପଦ୍ଧତି ଜାଣ।୪।
ସତ୍ୟ ପଥ ଅଟେ ଜୀବନର ମାର୍ଗ
ସତ୍ୟଗାମୀ ହୁଅ ଭାଇ
ଦେବ ପୂଜା ଅଟେ ଜୀବନେ ଆଧାର
ନିତ୍ୟେ ପୂଜୂ ଥାଅ ଭାଇ।୫।
ପଛଘୁଞ୍ଚା ନାହିଁ ବୀରଙ୍କ ଜାତକେ
ଜୀବନ ଅର୍ପିତ ହେଉ
ରାଷ୍ଟ୍ରର ସମ୍ମାନେ ଜୀବନ ଅର୍ପଣ
ଏ ପ୍ରାଣ ସାର୍ଥକ ହେଉ।୬।
ସ୍ବଦେଶ ସ୍ବଭାଷା ଜୀବନ ଦର୍ପଣ
ଜୀବନେ ଯୋଗାଇ ଦିଅ
ତବ ଶ୍ରୀଚରଣେ ବିତୁ ଏ ଜୀବନ
ଏତିକି ଆଶିଷ ଦିଅ।୮।
ପଥଗାମୀ ହୋଇ ଦେଶ ସେବୁ ଥିବି
ଜନତା କଲ୍ୟାଣ ପାଇଁ
ନିସ୍ବାର୍ଥ ଭକ୍ତିରେ ପ୍ରଭୂ ସେବୁ ଥିବି
ଦେଶର ଉନ୍ନତି ପାଇଁ।୯।
ଜୀବନର ମୂଲ୍ୟ ଅପୁର୍ବ ଅଟଇ
ପିତ୍ରୁ ମାତ୍ରୁ ସେବା ପାଇଁ
ଜୀବନର କର୍ମ ଅମୂଲ୍ୟ ଅଟଇ
ଗୄହସ୍ତ ପାଳିବା ପାଇଁ।୧୦।
