STORYMIRROR

Amit Bal

Abstract Action Others

3  

Amit Bal

Abstract Action Others

(୧୪)#ସମଦ୍ର ମନ୍ଥନ#

(୧୪)#ସମଦ୍ର ମନ୍ଥନ#

1 min
181

ସମୁଦ୍ର ମନ୍ଥନରୁ ମିଳେ ଅମୃତ କେବେ ହଳାହଳ

ଜୀବନ ଟା ବି ଠିକ୍ ସେମିତି ଅଛି ନାହିଁ ଥଳକୂଳ,

ଶୁଭ୍ରାକାଶ ତଳେ ସତେକି ଲାସ୍ୟମୟୀ ମଧୂ ମୂର୍ଚ୍ଛନା

ସାଗର ଗର୍ଭରେ ଅସରନ୍ତି ସ୍ବପ୍ନର ଅସୁମାରୀ ସମ୍ଭାବନା,


ସହସ୍ର ଆଖି ଚେଇଁ ଥାଏ ଯେଉଁଠି ସୂର୍ଯ୍ୟ ନଇଁବା ଯାଏ,

ନାଆ ପିଟିହୋଇ ହଜେ,ମନରେ ସ୍ମୃତିନେଇ ଆଞ୍ଜୁଳାଏ,

ସବୁ କିଛି ମିଳେଇ ଯାଏ ସମୁଦ୍ରର ସେ ପ୍ରଶାନ୍ତ ବୁକୁରେ

ସ୍ବପ୍ନାଭ ଅଭୀପ୍ସା ଅଭିଧାର୍ଥେ ବୁଝିହୁଏ ଧୀରେନୀରବରେ


ସମୁଦ୍ରକୁ ସ୍ଥୂଳଭାବେ ଜାଣିବାକୁ ଯାଇ ହୁଏ ସମୁଦ୍ରମନ୍ଥନ

ଦେହର ଦହନ ସାଥେ ହୁଏ କେତେ କେତେ ଉତ୍ପୀଡନ,

ଜୀବନ ତମାମ ପହଁରିବାକୁ ହୁଏ ସଂପର୍କ ସାଗରରେ

ଟକ୍ ମକ୍ ହୋଇ ଫୁଟୁଥିବା ସେ ସୁପ୍ତ ଆଗ୍ନେୟଗିରିରେ


ତଥାପି ମିଳେନା କାହାକୁ ଇପ୍ସିତ ଦ୍ରବ୍ୟ ସମୁଦ୍ର ମନ୍ଥନେ

ଅଧିକନ୍ତୁ ସର୍ବେ ଅହରହ ତତ୍ପର ନୂତନ ସୃଷ୍ଟିର ସନ୍ଧାନେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract