STORYMIRROR

Sunanda Mohanty

Tragedy Action Others

3  

Sunanda Mohanty

Tragedy Action Others

ଚିଲିକା ଓ କାଳିଜାଇ

ଚିଲିକା ଓ କାଳିଜାଇ

1 min
238

କରୁଣ ରାଗିଣୀ ଭରା ବେଦନା ରେ 

ତମେ ସତେ କାଳିଜାଇ 

କୋହ ତୁମ ମତେ କୁହୁଳାଏ 

ମୁଁ ପରା ଚିଲିକା ନଈ 

ସପନ ତୁମର ଭାଙ୍ଗିଦେଇ ସବୁ 

ସାଜିଗଲ ଆଜି ସ୍ମୃତି 

ତୁମ ସାଲାସଜ୍ଜା ଦେଖି ମୁଁ ସେଦିନ 

ଗାଉଥିଲି ପ୍ରୀତି ମୈତ୍ରୀ ର ଗୀତି 

ବନ୍ଦୀ ମୁଁ ଆଜି ବାନ୍ଧି ହୋଇଛି 

ତୁମରି ପଣତ ତଳେ 

କେତେ କେତେ ଅକୁହା ବେଦନା 

ସ୍ମୃତି କଦମ୍ବର ଡାଳେ 

ମଲାଜହ୍ନର ନଈ ମୁଁ ନୁଁହଇ 

ତୁମ ବିଗତ ଜନ୍ମ ର ଗପ 

ଯେଉଁ ଗପ ମତେ ଲୁହ ଟିକେ ଦିଏ 

ସାଜେ ମୁଠେ ମୁଁ ଅନୁତାପ 

ତମେ ମନୋରମା ତମକୁ ମୁଁ ନେଇ 

କରିଥିଲି ଯେତେ ପାପ 

ତମେ ଆଜି ସଖି, ଦେବୀ ରୂପ ତୁମ ଦେଖି 

ଆଜି କରୁଛି ମୁଁ ପଶ୍ଚାତାପ 

ତମେ କାନ୍ଦନି କରୁଣାମୟୀ ଗୋ 

ମୁଠାରେ ମୋ ତୁମ ସ୍ମୃତି 

ତୁମ ବେଦନାଶିକ୍ତ ଅଞ୍ଚଳେ ପରା 

ଆଜି ବି ବିତୁଛି ରାତି 

ତମେ ଗୋ ଅବଳା ବାପା ମାଆ ଙ୍କ ଅଲିଅଳି 

ଝଡର କରାଳରେ ମୋ ବୁକେ ଗଲ ହଜି 

ମୋରି ବୁକୁରେ କେତେ ଯେ ଭକତ ତୁମକୁ ଯାଆନ୍ତି ଦେଖି 

ପ୍ରତିଟି ସକାଳ ତୁମକୁ ସମର୍ପି 

ହେଇଛି ମୁଁ ଦେବଦାସ 

ତୁମେ ଜାହ୍ନବୀ ପ୍ରତି ଗୋଧୂଳିର 

ମୋ ନୀଳରାଶି ର ହସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy