STORYMIRROR

subrat kumar jena

Action

3  

subrat kumar jena

Action

ଅଜଣା ଅଭିସାର

ଅଜଣା ଅଭିସାର

1 min
246


ତୁମେ ଆସି ଏମିତିରେ ବହୁତ କିଛି ଶିଖାଇଲ,

ଜୀବନରେ କେମିତି ବଞ୍ଚିବାକୁ ହେବ,

ତେଣିକି ସେ ମୁହୂର୍ତ୍ତ ସବୁକୁ ବାନ୍ଧି ହେଉ କି ନାହିଁ,

ମନକୁ କିନ୍ତୁ ରଖିବାକୁ ହେବ ଉଞ୍ଚା ଉଡାପକ୍ଷୀପରି,

ଡର କାହିଁଜେ !

ଆକାଶରେ ଉଡିବାକୁ ହେଲେ,

ନିଜ ମନକୁ ବି କରିବାକୁ ହେବ ଆକାଶ ପରି ବିଶାଳ,

ଆଖିରେ ଆଖି ମିଶାଇ ଲମ୍ପ ଦେବାକୁ ହେବ,

ଡରିଗଲେ ସବୁ ଶେଷ,

ମୁହୂର୍ତ୍ତ ମଧ୍ୟରେ ଜୀବନଟା ଉଡିଯିବ ସେ ପାରିକୁ,

ଏମିତିରେ କଣ ସହଜେ ମିଳେ ନିଷ୍କଣ୍ଟଙ୍କ ପଥ,

ଖୋଜିବାକୁ ପଡିବ କଣ୍ଟା ମଧ୍ୟରୁ ଗୋଲାପକୁ,

ଆବଶ୍ୟକ ସନ୍ତ୍ରପଣ ଭାବ,

ଲକ୍ଷ ସ୍ଥିର ହୃଦ ମଧ୍ୟ ସ୍ଥିର,

ନହେଲେ ଅଭିସାରିକା ସାଜପାରେ ଯନ୍ତ୍ରଣାର ମୂଳ ବିନ୍ଦୁ,

ରକ୍ତାକ୍ତ ସମ୍ପର୍କ !

ତୁମେ ଧାଉଁଥିଲ ଅଜଣା ଅଜଣା ହୋଇ,

ମୋତେ ବି ଖୁବ ଦୌଡାଇଲ ତୁମ ପଛେ ପଛେ,

ସମ୍ପର୍କର ସିକୁଳି ସାଥିରେ,

ଅଭିସାରିକା ହୋଇ କିନ୍ତୁ ହଜିଗଲ ମଝି ରାସ୍ତାରେ,

ମୁଁ କିନ୍ତୁ ଆଜିବି ଧାଉଁଛି କସ୍ତୁରୀ ମୃଗର ସଂଧାନେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action