STORYMIRROR

Kadambari Mohakhud

Tragedy Action Classics

3  

Kadambari Mohakhud

Tragedy Action Classics

ଅଭିମାନୀ ଶେଫାଳୀ

ଅଭିମାନୀ ଶେଫାଳୀ

1 min
527


 

ଝରା ଶେଫାଳୀ ମୁଁ 

ଭିନ୍ନ ଏକ ରୂପେ 

ଝଡିପଡେ ସଦା 

ଶିଶିର ର ସ୍ପର୍ଶ ପାଇ ||


ସନ୍ଧ୍ୟା କାଳୁ ଫୁଟି 

ପ୍ରଭାତରେ ଝଡି 

ତୋ ଅପେକ୍ଷାରେ ମୁଁ

ରାତି ସାରା ବାସୁ ଥାଇ......

ରାତି ସାରା ବାସୁ ଥାଇ ||


ଅପେକ୍ଷା କରିଛି

 ଥରୁଟିଏ ପ୍ରଭୁ 

ତୋର ସ୍ପର୍ଶଟିଏ ପାଇଁ.....


ପ୍ରାପ୍ତ କାଳେ ଆସି 

ମୋତେ ଆଞ୍ଜୁଳି ନିଅନ୍ତି 

ତୋତେ ସେ ମନେ ପକାଇ .....

ପ୍ରଭୁ ତୋତେ ସେ ମନେ ପକାଇ ||


ହେଲେ ତୋ ବଡ ଦେଉଳେ 

ପହଁଞ୍ଚି ପାରୁନି 

ଖୋଜେ ମୁଁ ବ୍ୟାକୁଳ ହୋଇ 

ଯେତେ ବାସିଲେ ମୁଁ 

ତୋର ସ୍ପର୍ଶ ପାଏ ନାହିଁ ....

ପ୍ରଭୁ ତୋର ସ୍ପର୍ଶ ମୁଁ ପାଏ ନାହିଁ ||


ଥରୁଟିଏ ପ୍ରଭୁ.....

ସ୍ପର୍ଶ କର ମୋତେ 

ଅପେକ୍ଷାରେ ଅଛି

ଝରା ଶେଫାଳିଟେ ହୋଇ ......

ଝରା ଶେଫାଳିଟେ ହୋଇ ||


ପ୍ରଭୁ...

 ନୁହେଁକି ମୁଁ ତୋର 

ଶୁଭ୍ର ତାରକା ????

ନୁହେଁ କି ଝରା ଶେଫାଳି ????


ସ୍ବର୍ଶ କର ଥରେ....

ପ୍ରଭୁ ସ୍ପର୍ଶ କର ଥରେ 

ଦାସିଆ ବାଉରୀ ହୋଇ ||


ନିଈତି ପିନ୍ଧୁଛ

 ଦୟଣା ର ମାଳ

ବସି ପାଦ ପଦ୍ମ ଥୋଇ ....

ଦେଖି ..... ଇର୍ଷାରେ 

ନିଈତି ଜଳୁଛି ମୁଁ ହିଁ .....


ଥରୁଟିଏ ପ୍ରଭୁ

 ସ୍ବର୍ଶ କର ମୋତେ 

ଅପେକ୍ଷାରେ ଅଛି 

ମାତା ସବରି ହୋଇ .....


ଶୁଭ୍ରା ପାରିଜାତ 

ତାରକା ସୁନ୍ଦରୀ 

ମୁଁ ଶେଫାଳି ଗଙ୍ଗ ଶିଉଳି 

କିଛି ଲାଭ ନାହିଁ ଏତେ ନାମ ଦେଇ 

ପ୍ରଭୁ ଥରୁ ଟିଏ ତୋର 

ପାଦ ସ୍ପର୍ଶ କଲି ନାହିଁ

ପ୍ରଭୁ ଥରୁ ଟିଏ ତୋର ପାଦ ସ୍ପର୍ଶ କଲି ନାହିଁ ||


ତଥାବି ଚାତକେ 

ଅପେକ୍ଷା କରିଛି 

ହୋଉ ଯେତେ ଦୂର 

ମଉଳିବି ନାହିଁ..... ମୁହଁ 

ତୋ ବିନୁ ଆଜି ମୁଁ

ଅଭିଶପ୍ତ ଫୁଲ 

ଅଭିଶପ୍ତ ଏ ପ୍ରଭାବେ 

ବସେ ମୁଁ ଅତିଥି ହୋଇ ....

ବସେ ମୁଁ ଅତିଥି ହୋଇ ||


ତଥାବି ବିନତି ମନୁ ହୃଦୟ ରୁ 

ତୋ ଅପେକ୍ଷା ମନୁ 

ନିଈତି ଝରୁଛି 

ଝରା ଶେଫାଳି ଟେ ହୋଇ 

ମୁଁ ଝରା ଶେଫାଳି ଟେ ହୋଇ.....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy