STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଯୁଗେ ଯୁଗେ ହେଉ ସତ୍ୟର ଜୟ

ଯୁଗେ ଯୁଗେ ହେଉ ସତ୍ୟର ଜୟ

1 min
271


ଯୁଗେ ଯୁଗେ ହେଉ ସତ୍ୟର ବିଜୟ

ଅନ୍ୟାୟର ହେଉ କ୍ଷୟ

ସତ୍ୟର ପତାକା ସଦା ଉଡୁଥାଉ

ଧର୍ମରଟି ହେଉ ଜୟ।୧।

ଧର୍ମ ପଥେ ଦେଶ ଏବେ ଚାଲୁଅଛି

ଚାଷୀଙ୍କ ହେବ ମଙ୍ଗଳ

ଆନ୍ଦୋଳନକାରୀ କୋଟିପତି ଚାଷୀ 

କରେ ଚାଷୀ ଅମଙ୍ଗଳ।୨।

ବିଦେଶର ଶତ୍ରୁ ଦେଶ ଶତ୍ରୁ ସଙ୍ଗେ

ଭରନ୍ତି ବଡ ହୂଙ୍କାର

କୋଟିପତି ଚାଷୀ ସଙ୍ଗରେ ମିଳିନ

ଅସ୍ଥିର କରେ ଦେଶର।୩।

କଳାକାନୂନର ଆପେକ୍ଷ ଦେଇଣ

ଘେରନ୍ତି କୄଷି କାନୁନେ

ବନ୍ଧୁଙ୍କ ଦେଇଣ ଚାଷୀ ଭାଇ କାନ୍ଧେ

ବଲନ୍ତି ହୀନ ବଚନେ।୪।

ସତ୍ତା ପାଇଁ ଆଜି ସଡୟନ୍ତ୍ରକାରୀ

ସଡୟନ୍ତ୍ର କରେ ନିତ୍ୟେ

ଅନ୍ୟାୟ ରୀତିରେ ଗ୍ରସିତ ହୋଇଣ

ଅଭିନୟ କରେ ନିତ୍ୟେ।୫।

ଆନ୍ଦୋଳନକାରୀ ଲୁଚୂଛନ୍ତି ଏବେ

ସଡୟନ୍ତ୍ର ପ୍ରଦାଫାଷ

କୋଟିପତି ଚାଷୀ ଲଜ୍ଜିତ ହେଲେଣି

ଲୁଚୁଛନ୍ତି ଦେଶ ଦେଶ।୬।

ରାମ ରାବଣଙ୍କ ପରି ଯୁଦ୍ଧ ଚାଲେ

ପବିତ୍ର ଭାରତ ମଧ୍ୟେ

ସତ୍ୟର ବିଜୟ ଅବଶ୍ୟ ହୋଇବ

ଧାର୍ମିକ ଦେଶର ମଧ୍ୟେ।୭।

ଯୁଗେ ଯୁଗେ ହେଉ ସତ୍ୟର ବିଜୟ

ଅନ୍ୟାୟର ହେଉ କ୍ଷୟ

ସତ୍ୟର ପତକା ସଦା ଉଡୁ ଥାଉ

ଧର୍ମଟି ହେଉ ଜୟ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action