STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ପାଠରେ ମନ

ପାଠରେ ମନ

2 mins
15

ବିଦ୍ୟାଳୟ ଯାଇ ପଚାରେ ଶ୍ରେଣୀରେ

ହାତ ଟେକ ପିଲେ କୁହ ,

କାହାର ମନରେ ରହୁନାହିଁ ପାଠ,

ସବୁପିଲା ଏକା ମୁଁହ।

ଯେତେ ପଢ଼ୁ ଥିଲେଭୁଲିଯାଉ  ଆମେ 

କଷ୍ଟ ଲାଗେ ପାଠ ମାନ ,

ଆଜିଠାରୁ କେବେ ଭୂଲିବନି ଆଉ

କରନି ନିଜକୁ ସାନ।

ସୁଆଦିଆ ତରକାରୀ ମାଆ ରାନ୍ଧି 

ପରସିବେ ଯଦି ପାଖେ ,

ଖାଇବାକୁ ବଡ ଆନନ୍ଦ ଲାଗଇ 

ଖାଇଦେବ ନେଇ ବାଗେ।

ଚିତ୍ରକର ପରି ଆଙ୍କିବା ବିଷୟ

କଳ୍ପନା କରିବା ବସି,

ନଦୀ ବଢି ଚିତ୍ର ଆଣିବା ମାନସେ

ବନ୍ଧ ଭାଙ୍ଗି ପାଣି ପଶି।

ଘର, ଗଛ ଲତା ପଶୁ ମଣିଷବି

ଭସାଇଲା ବଢି ପାଣି,

ଗୋପବନ୍ଧୁ ଥିଲେ ବିପଦ ବେଳରେ 

ପହଞ୍ଚନ୍ତି ଦୁଃଖ ଜାଣି।

ତାପରେ ତୂଳୀରେ ଆଙ୍କିବା ବିଷୟ

ରଂଗ ଦେବା ନାଲି କଳା,

ମନକୁ ଆଗ୍ରହ ପାଠରେ ଲଗାଇ 

ଆନନ୍ଦ ଜାଗିବ ଭଲା।

ମୂଳରୁ ଜାଣିବା ଅଧିକ ସହଜ 

ହେବ ଉପରକୁ ଅଙ୍କ ,

ଗୁରୁଜୀଙ୍କ ପ୍ରଶ୍ନ ଉତ୍ତର ଦେବାକୁ

ହାତ ଟେକିବାକୁ ରଙ୍କ।

ଚାରା ଟିଏ ନେଇ ମାଟିରେ ପୋତିଲେ 

ଦେଇତା ମୂଳରେ ଜଳ,

ମାଟି, ପାଣି, ବାୟୁ, ଆଲୋକ,ଆକାଶ

ମାନଙ୍କର ପାଇ ବଳ।

ହେବ ବଡ଼ ପୁଣି ଦେବ ମିଠା ଫଳ 

ଛୋଟରୁ ବିରାଟ ପରି ,

ଭଲ ପାଠ ପଢ଼ି ଦିନେ ତୁମେ ବଡ 

ଆଦର କରିବେ ଧରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action