STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଜହ୍ନ ମାମୁଁ

ଜହ୍ନ ମାମୁଁ

2 mins
24

ପୂର୍ଣ୍ଣମୀ ରାତି

ଆକାଶ ଛାତି

ଚନ୍ଦ୍ରମା ରୂପା ଥାଳି ,

ରାତିଟା ସାରା 

ସାଥିରେ ତାରା 

ଖେଳଇ ଲୁଚକାଳି।

ପ୍ରଜ୍ଞାନ ବସି 

କୁହଇ ହସି 

 ଚନ୍ଦ୍ରମା ମାମୁଁ ନାମ 

ସରଗ ପୁର 

ନୁହଁଇ ଦୁର

 ଦେଖିବି ତାର ଗ୍ରାମ।

ଯୋଛନା ରାତି 

ଫୁଲେଇ ଛାତି 

ଦିଶଇ ମନୋହର,

ଗଛ ପତର

ନାହିଁ ତାଘର 

ପାଉଁଶ ସରୋବର। 

ଜିବିଟି ଚାଲି 

ଡେଇଁବି ଖାଲି 

ଅଛି କି ନାହିଁ ପାଣି,

ଲାଗଇ ଥକା

ମାନସେ ଦକା

ପାରିବି ତାକୁ ଜାଣି।

ଜାନରେ ବସି

ପଡ଼ିବି ଖସି

ଦେଖିବି ମାମୁଁ ଘର ,

ଦେଖିବ ଜହ୍ନ 

ପ୍ରଜ୍ଞାନ ମନ 

 ହେଉଛି ତରଭର।

ଗଲାସେ ବସି

ପଡିଲା ଖସି

ବୁଲିଲା ଏଣେ ତେଣେ।

ସବୁଠି ଖାଲି

ପାଉଁଶ ବାଲି

ମଣିଷ ନାହିଁ ଜଣେ।

ଜହ୍ନରେ ବସି

ଧରିତ୍ରୀ ହସି

କୁହେ କଲୁ କମାଲ,

ଜହ୍ନରେ ରହି

ଖବର ବହି 

ମାମୁଁର ହାଲଚାଲ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action