STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ମୋ ମାଆ

ମୋ ମାଆ

2 mins
14

ମଙ୍ଗଳା ଓଷା 

ତାର ଭରସା

ବୃନ୍ଦାବତୀଙ୍କୁ ଜଳ,

ଅଭାବ ଘଡି

ଉପାସ ପଡି 

ମତେ ଦେଖି 'ତା ବଳ।

ବାଜିତା ହାତ

ପଖାଳ ଭାତ

ମହାପ୍ରସାଦ ପରି,

କରେନି ରାଗ 

ମୋପାଇଁ ଆଗ 

କରଇ ମରିପଡ଼ି।

ରୋଗ ବୈରାଗ

ଦେଖଇ ଆଗ

ବଇଦ ନିଜେ ହୋଇ ,

ଉଷୁମ ପାଣି

ବୁଟିକୁ ଆଣି

ଖୁଆଏ ତାକୁ ଧୋଇ।

ଗଲେ ମୁଁ ଚାଲି

ବିଦେଶ ବାଲି 

ମନାସେ ଠାକୁରାଣୀ ,

ଧନକୁ ମୋର

ରଖିଥା ତୋର 

ଘଣ୍ଟ ଘୋଡାଇ ଆଣି।

ମୋପେଟ ଭୋକ 

ପରିକା ଜୋକ

ପରସି ଦିଏ ଆଗ,

ପଖାଳ ଶାଗ

ରସୁଣ ରାଗ

ତା ' ହାତ ଦଳା ପାଗ।

ନହେଉ ଉଣା

ମୋଛୁଆ ମୁଣା

ଲକ୍ଷ୍ମୀ ମାତାଙ୍କୁ ବରି ,

ସୁଦଶା ବ୍ରତ 

ମନ୍ଦିର ନେତ 

ବାନ୍ଧଇ ପଣ୍ଡା ଧରି।

ବଡ଼ସେ ଦାନୀ

ଫିଟାଇ କାନି

ଦିଅଇ ଟଙ୍କା ଗଣି,

ଆଉବା କିସ

ମୋ ମୁଖ ହସ

ଧନ ସମ୍ପତି ମଣି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action