STORYMIRROR

Akshaya Dash

Tragedy Action Inspirational

4  

Akshaya Dash

Tragedy Action Inspirational

ବନବାସୀ

ବନବାସୀ

2 mins
21


ପାହାଡ଼ ପଥର ପତର 

ପଶୁ ପକ୍ଷୀଙ୍କ ସାଥି 

ଜୀବନ ତାହାର ସଂଘର୍ଷ 

କରୁଥାଏ ସେ ମାତି।

ପାରିବାର କେବେ ହାରିନି 

ତାଡି ଊର୍ବରା ମାଟି

କାଠ ସାଥେ କାଠ ଦେହକୁ 

ଫାଡ଼ି ବନିଛି ଖାଣ୍ଟି।

ଆଶା ନାହିଁ ବଡ କାଲିକି

ନାଟ ପେଟକ ପାଇଁ,

 ନିଘା ନାହିଁ ରୋଗ ବୈରାଗ 

ପେଟ ପୋଷଇ ଧାଇଁ।

ଛୁଆଟିକୁ ସିକା ବାନ୍ଧିଛି 

ଧରି କାନ୍ଧରେ ଭାରା,

ଆଗକୁ ସଂଘର୍ଷ କରିବା 

ପାଇଁ ଦିଏ ଈଶାରା।

ଇଟା ପରେ ଇଟା ଦଶଟା

ମୁଣ୍ଡ ଉପରେ ଥୋଇ 

ବୋହି ନିଏ ଭାରୀ ଭାରକୁ

ଦେହ ରକତ ଧୋଇ।

ଗ୍ରୀଷ୍ମ ତାପ ଅବା କାକର 

କିବା ଶ୍ରାବଣ ଧାରା,

ପ୍ରତି ଋତୁ ଦେହ ସହିଛି 

ବାର ମାସଟା ସାରା।

ଜୀବନ ଯୌବନ ସଉଦା 

ବେଳ ଗଲାଣି ଗଡି,

 ପ୍ରେମର ସନ୍ତକ ଶିଶୁକୁ 

ମାଆ ପାଖରେ ବଢି।

ଗେରସ୍ତ ବରିଲା ଯାହାକୁ

ଛାଡ଼ି ଗଲାଣି ଉଡ଼ି,

ଅଢେଇ ଦିନିଆଁ ସଂସାର

ତୁଚ୍ଛା ପ୍ରେମରେ ବୁଡି।

ଛୁଆ ମୁଖ ଚୁମି ମାଆର

ହୃଦ ସେନେହ ଝରେ,

ଉଣା କରିନାହିଁ ଆଦର 

ଖଟେ ସାଆନ୍ତ ଘରେ ।

ଅବିଶ୍ରାନ୍ତ ଆଠ ଘଣ୍ଟାକ

ବିକି ଦେଇଛି ମୁଣ୍ଡ,

ନାରୀର ସଚ୍ଚୋଟ ପଣିଆ

ଫିଟୁ ସମାଜ ତୁଣ୍ଡ।

ମଣିଷ ଭିତରେ ପାଚେରୀ

ବଡ ଛୋଟ ବିଚାର,

ସହିବାକୁ ହୁଏ କଷଣ

ସାମ୍ୟ ବାଦ ପ୍ରଚାର।

ଆଦିବାସୀ ଜନ ଜୀବନ 

ତାଂକ ଜଙ୍ଗଲ ଭୂମୀ ,

ଅଧିକାର ନାହିଁ ଯେବେଠୁ

ବେଠି ଖଟନ୍ତି ଘୁମି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy