STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଚେତକ

ଚେତକ

2 mins
11

ହାତୀରେ ବସି ଆସିଲେ ରାଜା

ବୀର ସାହାସ ଛାତି,

ରଖନ୍ତି ପଣ କରନ୍ତି ରଣ 

ପାଇକସବୁ ମାତି ।

ମୋଗଲ ମାନେ ଲଢ଼ିଲେ ଦିନେ 

ରାଣା ପ୍ରତାପ ସହ 

କରିଲେ ରଣ ରଖିଲେ ପଣ

ସମର ଅହରହ।

ଉଦୟପୁର ସମ୍ରାଟ ଥିଲେ 

ରାଣା ପ୍ରତାପ ଆମ 

ଚେତକ ନାମ ଘୋଡାର ଦାମ 

ଯାଣତା କିସ କାମ।

ଚେତକ ମନ ରାଜାଙ୍କୁ ଧ୍ୟାନ 

ବଡ଼ ଚତୁର ଥାଇ,

ତୀର ବେଗରେ ଧାଏଁ ଆଗରେ

କେବେ ଥକି ନଯାଇ।

ମୋଗଲ ପଶି ଆସିଲେ ଧସି 

ହଳଦୀଘାଟ ରଣ

ଚେତକ ଧରି ଗଲେ ବାହାରି 

ମାରିଲେ ଜଣ ଜଣ ।

ଚେତକ ମୁଣ୍ଡ ହାତୀର ଶୁଣ୍ଢ

ପରିକା ମୁଖା ଟିଏ,

ଖଞ୍ଜନ୍ତି ରାଜା ଚେତକ ମଜା

ଛୁଆ ପରାୟେ ସିଏ।

ମୋଗଲ ଆସି ହାତୀରେ ବସି

କରିଲେ ରଣ ଯେବେ,

ଦନ୍ତା ହାତୀଏ  ଛୁଆହାତୀକୁ 

ଦେଖି ଲେଉଟେ ତେବେ।

ବିଷମ ହେଲା ଜିତା ନୋହିଲା

ସହିଲେ ଦଶା ପାତି 

ମୋଗଲ ରାଜାଙ୍କରସେ ଗଜ

ପାରିଲେ ନାହିଁ ମାତି ।

ହଳଦୀ ଘାଟ ନିକଟ ପ।ଟ

ଚେତକ ଗଲା ଟଳି ।

ଶିଶୁ ସହିତ କେବେବି ମିତ

କରିବା ନାହିଁ କଳି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action