STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

କିଏ ସିଏ

କିଏ ସିଏ

2 mins
17

ରାତିର କଳା

ଦିବସ ଧଳା,

ଆକାଶେ ଶଶୀ

ବରଷା ଖସି,

ଫୁଲର ବାସ

ଶିଶୁର ହସ,

ଗଛର ଫଳ

ଝରଣା ଜଳ,

ସବୁଜ ଭୂଇଁ

ମଳୟ ଛୁଇଁ,

କାକର ବିନ୍ଦୁ

ପୁନେଇ ଇନ୍ଦୁ,

କୋଇଲି ଗାନ

ମାଟିର ଦାନ,

ଗୋଧୂଳି ବେଳ

ପକ୍ଷୀଙ୍କ ଖେଳ,

ପାହାଡ଼ ଚୁଡା

ମିରିଗ ଗୁଡା,

ନଈରେ ବାଲି

ସାଧବ ଚାଲି,

କାରିଗରସେ କିଏ,

ଛପି ଦେଖୁଛି ସିଏ।

ପବନ ଦିଏ

ଜୀବନ ସିଏ,

ମାଟିର ତଳ

ଭରିଛି ଜଳ,

ଆକାଶ ଜାଙ୍କ

ସୁତରା ବାଗ,

ସୁରୁଜ ଖରା

ତତଲା ଧରା,

ଜଙ୍ଗଲ ଭୂଇଁ

ପରାଣ ଛୁଇଁ,

ଆଷାଢ଼ ମେଘ

ବାଦଲ ବେଗ,

ବରଷା ଛାଟି

ଭେଦିଛି ମାଟି,

ବେଙ୍ଗୁଲି ରଡି

ନଈରେ ବଢି,

ଇନ୍ଦିର ଧନୁ

ମୟୁର ବନୁ,

ରାବଇ ପୁଚ୍ଛ ଟେକି

ବସିଛି ବାଟ ଛେକି।

କାକୁଡି ଫୁଟି

ଜଡିକିବୁଟି,

ବେଳର ପଣା

ବାଦାମ ଚଣା,

ପରିବା ମାନ

ମାଟିର ଦାନ,

ବାଡ଼ିର ଶାଗ

ଦେହକୁ ବାଗ,

ପଇଡ଼ ଜଳ

ଯୋଗାଏ ବଳ,

ମହୁମାଛିର ମହୁ

ତା 'ଗୁଣ କିସ କହୁ।

ବରଷା ଖରା

ଶୀତରେ ଧରା,

କ୍ଷେତରେ ଧାନ

ଜଙ୍ଗଲ ମାନ,

ସୋରିଷ ଫୁଲ

ଚାଦର ତୁଲ,

ବସନ୍ତ ପଶେ

ଧରଣୀ ହସେ,

ଆମ୍ବର ଡାଳେ

କୋଇଲି ତାଳେ,

ବରଷ ବାର ମାସ

ତା 'ରୂପ ପରକାଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action