STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ବାଣୀ ପୀଠ

ବାଣୀ ପୀଠ

2 mins
10

ବାଣୀ ପୀଠର ଅଭୁଲା କଥା

ତା ମାଟି ଗୋଡ଼ି ନୁଅଇଁ ମଥା

ଦିନେ ପରସ ପାଇ

ପଢ଼ିବା ପାଇଁ ଆସଇ ଧାଇଁ 

ସେବେଳ ଗଲା କାହିଁ।

ଖେଳ ପଡ଼ିଆ ପାଖେ ଗଡିଆ

ଆମ୍ବ ପଣସ ଗଛ ନଡ଼ିଆ

ପରିକା ଉପବନ,

ଆଚାର୍ଯ୍ୟ ଯୋଗୀ ଆଶ୍ରମ ପରି 

ପାଠରେ ଥାଏ ମନ।

ଜଗନ୍ନାଥଙ୍କ ସଡ଼କ କଡ

ଆଗକୁ ଦିଶେ ବଗିଚା ବଡ 

ଗେଣ୍ଡୁ, ଗୋଲାପ, କଢ଼ି ,

 ଚମ୍ପା , ଚାମେଲି ମହକ ମଲ୍ଲି 

ତାକୋଳେ ଧରି ଖଡ଼ି।

ସେବେଳ ଗୁରୁ ଗଲେଣି ଚାଲି

ଲାଗିଛି ଯିବା ଆସିବା ହାଲି

ଆଲୋକ ବାଣୀପୀଠ ,

ଦେଖାଉଥାଏ ଆଗକୁ ପଥ 

ସାଗର ବତୀ ଖୁଣ୍ଟ।

 ସେଦିନରସେ ପ୍ରାର୍ଥନା ଘଣ୍ଟି 

ଭାସ୍କର ଭାଇ ଦିଅନ୍ତି ପିଟି 

ଛନକା ଧାଇଁ ଯାଇ,

ପ୍ରାଥନା ସଭା ଧାଡ଼ିରେ ଉଭା 

ଭକତି ମୁଣ୍ଡ ନଇଁ।

ଶିକ୍ଷକ ହସି ଶ୍ରେଣୀରେ ପଶି 

ବିଜ୍ଞାନ କଳା ଗଣିତ କଷି,

ମଝିରେ ଖେଳ ଛୁଟି,

ବଉଳ ଫଳ ଗୋଟେଉ ଥାଉ 

ଭୂଇଁରୁ କେତେ ଖୁଣ୍ଟି।

ପୂଜା ପରବ ହେଲେ ସରବେ 

କାମ ଦାମକୁ କରୁ ଗରବେ 

ଆନନ୍ଦ ଭୋଜି ଭାତ,

ଅତିଥି କେତେ ଆସନ୍ତି ଯେତେ

ଧୁଅନ୍ତି ଏଠି ହାତ।

  ଦଳକୁ ଦଳ ବଅଲ ଖେଳ 

ଖେଳାଳୀ ବଂଧୁ ମାନଙ୍କ ମେଳ 

ଶୁକର ବାର ହାଟ,

ଦର୍ଶକ ଭରା ସଡକ ସାରା 

 ଗହଳି ବାଟଘାଟ।

ବାର୍ଷିକ କ୍ରୀଡା ପ୍ରତିଯୋଗିତା

 ଆଶାଆଶଙ୍କା ଖେଳରେ ଜିତା 

ଥକି ପଡ଼ିଲେ ଆଣି,

 ସୁଲୁସୁଲିଆ ପବନ ବଟ 

ଦାଦା ବିଞ୍ଚନ୍ତି  ଜାଣି।

ଛାତ୍ର ନିବାସ ରୋଷେଇ ନନା

ଖୋଲା ମଣିଷ ପବିତ୍ର ମନା 

ହାତରେ କିସ ଯାଦୁ,

ପଣସ କଠା ଡାଲମା ବଣ୍ଟା 

ପରଷା ବଡ ସ୍ୱାଦୁ।

ବରଷା ଦିନେ ପୋଖରୀ ପୁରେ 

ପହଁରି ଯାଉ କୁଳଠୁ ଦୁରେ 

ନଡ଼ିଆ ଝଡେ ତଳେ,

ପାକଲା ଆମ୍ବ ବେଲ ପଣସ 

ପାଟିରେ ପଡେ ବଳେ।

ପଚୋସ୍ତରୀଟି ବରସ ଖସି

ସାରଦା ପୀଠ ଶରଣ ପଶି 

କେତେ ବିଜ୍ଞାନୀ, କବି,

ଦୀପରୁ ଦୀପ ଆଲୋକ ପାଉ

ଦିନ ପରିକା ରବି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action