STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଆଗେଗଛ ସବୁପଛ

ଆଗେଗଛ ସବୁପଛ

2 mins
11


ଅଗ୍ନି, ଜଳ, ବାୟୁ,ଆକାଶ ଦିନେ 

 କିଏ ବଡ଼ ବୋଲି ପାଞ୍ଚିଲେ ମନେ ।

ଅଗ୍ନି କହିଥିଲେ ଆଲୋକ ଦାନ 

ସକଳ ମଙ୍ଗଳ ମାନ ମହାନ।

ଜଳ ବିନା ପ୍ରାଣୀ ବଞ୍ଚିବ ନାହିଁ 

ପଚସ୍ତରୀ ଭାଗ ଅଛି କିମ୍ପାଇଁ?

ଜୀବ ଜଡ ସବୁ ମୋହରି ବଳେ

ସବୁଜ ସୁନ୍ଦର କୁରୁପା କଲେ।

ବାୟୁ ଦେବ ନାମ ପବନ ଜାଣ

ଜୀବର ଜୀବନ ଭାଷଣ ଟାଣ।

ଶରୀର  ଭିତରେ ରହିଛି  ମନ

କହୁଛ ମତେତ ମନ ପବନ।

କ୍ଷଣିକେ ଉଡେଇ ଦେଇବି ପାରେ

ଛାଡିଗଲେ ପ୍ରାଣ ଜୀବନ ହାରେ।

ପୃଥିବୀ ଶୁଣନ୍ତି ଦେଵତା କଳି 

ନିଜ ନିଜ ଗୁଣ ଗାରିମାବଳୀ।

ଆକାଶକୁ ଚାହିଁ ତୁମେକି ବଡ଼?

ସବୁଠୁ ଉପରେ ତୁମର ଗଡ଼।

ନିଆଁ, ପବନକି, ପୃଥିବୀ ,ଜଳ,

ଉପରେ ତୁମର  ଦେଖାଅ ବଳ ।

ଆକାଶ କହିଲେ ଶୁଣିବ କଥା

ଅକାରଣେ ଆମେ ଖେଳାଉ ମଥା।

ନିଜ ଗୁଣମାନ ଆମକୁ ଭଲ

ଦୁନିଆଁ ବାଲାଠୁ ଜାଣିବା ଚଳ।

ଯାଇଁ ପଥ କଡେ ଦେଖିଲେ ଗଛ

ପହଁଚିଲେ ଯାଇ ସେଆଗ ପଛ।

ନିଆଁ ଆଗେ ପତ୍ର ପୋଡ଼ିଲା ଯାଇ

ଜଳ ପଛେଗଲା  ଢାଳିଲା ଥାଇ।

ପବନ ବହିଲା ଝଡିଲା  ଫଳ

ମିଠା ଫଳ ଖାଇ ଆସିଲା ବଳ।

ଦେଖୁଥିଲେ ପାଞ୍ଚ ଦେବତା ମାନେ

ଦାରୁ ଦେବତାଙ୍କ ସକଳ ଦାନେ।

କାଠ, ପତ୍ର, ଖାଦ୍ୟ, ଔଷଧ, ଦେଇ

ପାଣି, ପବନ, ଛାଇ ଗଛରୁ ନେଇ।

ପ୍ରାଣୀଙ୍କ ହୀତରେ ପରମ ମିତ

ପାଞ୍ଚ ମହା ଦେବ ହୋଇଲେ ପ୍ରିତ।

ବସୁଧା ହୋଉଛି ଶସ୍ୟ ଶ୍ୟାମଳ

 ଗଛବଡ଼ ଭାଇ ମାନିଲେ ବଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action