STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ପଥ

ପଥ

2 mins
16

ଦିପହର ସାରା 

ଚାରିଆଡ଼ ଖରା 

ଜଳିଯାଏ ଦେହ ମୁଁହ ଗୋଡ଼,

ପାଇବାକୁ ମୂଲ

ବିକୁଥାଏ ଫୁଲ 

ଚାଙ୍ଗୁଡ଼ିଟି ପିଲାଟିର କୋଡ।

ଡାକୁଥିଲା ବୁଲି 

ଖାଲି ଗୋଡ ଚାଲି

ଫୁଲ ନିଅ ଡାକେ ଦ୍ୱାରଦ୍ଵାର ,

ସଜ ଫୁଲ ବାବୁ

ଚମ୍ପା ମଲ୍ଲୀ ସବୁ

ଗୋଲାପ ଗଜରା ନିଅ ହାର ।

ଖାଲି ଗୋଡ଼ ଦେଖି

ଲୋକ ଟିଏ ଡାକି 

କହିଲା ବାବୁରେ ଏଣେ ଶୁଣ,

ଦୋକାନକୁ ନେଇ

ଜୋତା ହଳେଦେଇ

ଏବେ ବିକିବାକୁ ଯାଅ ପୁନ ।

ଆସି ଭଗବାନ

 ଜୋତା କଲ ଦାନ

ପିଲାଟି କହିଲା ତୋଷ ହୋଇ,

ଆରେ ନୁହେଁ କିଛି

 ପାଦ ପୋଡୁଅଛି

 ଆଣି ଦେଲି  ଚାଲ ପାଦ ଥୋଇ ।

ବୁଝିଗଲ ଭୋକ

ଈଶ୍ବରଙ୍କ ଲୋକ 

କହିଥିଲି ବୋଲି କିଣି ଦେଇ,

ବଡ ଉପକାର 

କରିଛ ଈଶ୍ୱର 

 ପୋଡ଼ିବନି ଆଉ ପାଦ ଧାଇଁ।

ଗଲାକାଲି ରାତି

ମାଗେ ହାତ ପାତି

ପ୍ରଭୁ  ଜୋତା ହଳେ କର ଦାନ,

ତୁମେ ପ୍ରଭୁ ସାଙ୍ଗ

ଯାଣିଗଲ ଆଗ

ସାହାଯ୍ୟ କରିଛ ଭଗବାନ।

ଝରିଗଲା ଲୁହ

 ଅନ୍ତରର କୋହ

କହିଲେ ନୁହେଁ ମୁଁ,ପ୍ରଭୁ ଆଗ

 ଅନ୍ତର ଭିତରେ 

ଆନନ୍ଦ ସତରେ

 ତାଙ୍କ ଦାନ କାମ କଲେ ବାଗ।

ଦେଲେ ହାତ ଦୁଇ

ଦୁଃଖୀ ରଙ୍କି ପାଇଁ 

ଦାନ କରିବାକୁ ମନ ଦେଇ ,

କିସ ରଖିକରି 

ଯିବା ଦେଇକରି 

ନେଇକରି ବାଟ ଫିଟିନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action