STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଅଙ୍ଗୁଳିମାଳା

ଅଙ୍ଗୁଳିମାଳା

2 mins
12

ଲୋକ କୁଁ ମାରି  ଆଙ୍ଗୁଠି କାଟି

ହାର ଲମ୍ବାଇ ଥାଏ

ଅଙ୍ଗୁଳିମାଳା ଡାକନ୍ତି ତାକୁ

ଆତଙ୍କ ଖେଳି ଯାଏ।

ଛୁଆରୁ ବୁଢା ଲୁଚନ୍ତି ଘରେ

ତାଟିକବାଟ ଦେଇ

ଅଙ୍ଗୁଳିମାଳା ଆସିବା ବେଳା

କାତର ଡର ନେଇ।

ଶ୍ରୀବସ୍ତି ଭୁଇଁ ଚାଳନ୍ତି ଛୁଇଁ

ବୁଦ୍ଧ ଓ ସାରିପୁତ

କୁହଇ ଜଣେ ପଳାଅ କ୍ଷଣେ

ମାତିଛି ଡକାୟତ।

ପଛରୁ ହସି ଆସିଲା ପଶି

ଛେକିଲା ପଥ ଆଗ

କହିଲା ଯିବା ବନ୍ଦ କର

ନଉଠୁ ମୁଣ୍ଡ ରାଗ ।

ଗର୍ଜନ କରି କୁହଇ ଧରି

ମାନୁନ ମୋର କଥା

ଆଗକୁ ଯଦି ଆସିବ କତି

କାଟିବି ତୁମ ମଥା ।

ଧୀର ଓ ଶାନ୍ତ ଅବିଚଳିତ

ବୁଦ୍ଧ ଚାଳନ୍ତି ବାଟ

କୁହନ୍ତି ଧୀରେ କେବେଠାରୁ ରେ

ବନ୍ଦ କରିଛି ମନ

ତୁମେ ଏଯାଏଁ ବନ୍ଦ ହୋଇନ

ଅଶାନ୍ତ କର ଜନ ।

ଚକିତ ହୋଇ ଅଙ୍ଗୁଳିମାଳା

କୁହେ ସନ୍ୟାସୀ ଆଜି

ଲାଗୁଛି କଥା ନମାନି ତୋର

ହୋଇବି ଯିବି ରାଜି ।

ଭାବଇ ମନ କିଏସେ ଜନ

ନଡରି ମତେ ରୁହେ

ସାହସ ନିରିଭୟ ତା ଚିତ

ବଂଧୁ ପରିକା କୁହେ ।

ଅଙ୍ଗୁଳିମାଳା କୁହଇ ସାଧୁ

କିସ  ଧରମ ରଥେ

ବନ୍ଦ କରିବା ନୁହେଁ ମୋ କାମ

ଯାଏ ଅଧର୍ମ ପଥେ ।

ଦୁନିଆଁ ସାରା ଶରଧା ଭରା

ନାହିଁ ପ୍ରୀତି ରେ ଉଣା

ମଧୁର ପରା ଜୀବନ ଧାରା

ନହୁଏ ବାଟ ବଣା ।

ପ୍ରେମ ର ପଥ ଦେଖେଇ ବୁଦ୍ଧ

 କ୍ଷମା ବଚନ କହି

କରୁଣା ଭରା ଅଙ୍ଗୁଳିମାଳା

ଲୋତକ ଗଲା ବହି ।

ସାହସ ରଖି କହିଲା ତୁମେ

ସତେ କି ସେଇ ବୁଦ୍ଧ

ଯାହାଙ୍କ ଜଶ ସବୁରି ହସ

ମୁଖରିତ ଯେ ଶୁଦ୍ଧ ।

ମୁରୁକି ହସି ରହିଲେ ସାଧୁ

ଲୋଟିଲା ପାଦ ତଳେ

ହିଂସା ଘୃଣା ରୁ ଓହରି ଆସି

ନିର୍ବାଣ  ପଥେ ଚଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action