STORYMIRROR

Akshaya Dash

Children Stories Action Inspirational

4  

Akshaya Dash

Children Stories Action Inspirational

ଆମ ଗାଁ ହାଟ

ଆମ ଗାଁ ହାଟ

2 mins
15

ସହର କିମ୍ବା ବଜାର ନୁହେ

ମଣ୍ଡି, ବିପଣୀ ପରି ନକୁହେ

ରଚନା ଗାଁ ହାଟ,

ଗ୍ରାମ ମୁଣ୍ଡରେ ତୋଟା ଭିତରେ

ହାଟକୁ ଅଛି ବାଟ।

ଭେଣ୍ଡି,ପୋଟଳ, କଖାରୁ ପୋଇ

ଠାଆକୁ ଠାଏ ପସରା ଥୋଇ

ପାଖ ପାଖର ଚାଷୀ ,

ତାଜା ପରିବା ବିଲରୁ ତୋଳି

 ଧରି ବିକଇ ଆସି।

ତଟକା ସବୁ ପରିବା କିଣି

ଟମାଟୋ, ଆଳୁ, ଗାଜର , ପୁଣି 

ଗାଁ ଗଣ୍ଡାକୁ ଆସି,

ଚୁଡା, ଉଖୁଡା, ମୁଢିକି ମୁଆଁ

କେଉଁଟା ନୁହେଁ ବାସି।

ନିଗାଡ଼ି ଝାଳ ଖଟଇ ନିତି

ଖରା ବରଷାନାହିଁତା  ଭିତି

ପରିଶ୍ରମର ଧନ,

ରୋଗ ଶୋକବା ପଶିବ କାହୁଁ

ମାଟିର ଏହି ଜନ।

ବଡ଼ ହେବାକୁ ଗରଜ ନାହିଁ

ଥାଟବାଟବି ଦେଖାଏ କାହିଁ

 ଚାହେଁନି ସନମାନ,

ସାଧାସିଧାଏ ମଣିଷ ଟିଏ

ଜୀବନ ଜାଙ୍କ ଦାନ।

ମାଙ୍କଡ଼ ତାକୁ ସାଜନ୍ତି ଦାଉ

ଝଡ଼ ବରଷା ପାଗବି ଥାଉ

ହାରିଯାଇନି ମନ,

ରାତି କି ଦିନ କରି ସମାନ 

ରଚେ ସବୁଜ ବନ।

ବୈଇଶାଖୀର ଝାଂଜି ଖରାରେ

 ପାଣି ମଡ଼ାଏ ବୋହି ଗରାରେ

କଲରା ଛନଛନ,

ଭେଣ୍ଡି, କାକୁଡି ,ପୋଇ,କଖାରୁ

ଲୋଭେଇ ଯିବ ମନ।

ପହଁରା, ପଘା , ଛାଞ୍ଚିଣି,ଚଟ

ଶପ ,ପଖିଆ, ତଲେଇ ପଟ

ଚମାର ଭାଇ ଧରି,

ଶାଗ ମୁଗରେ ବିକଇ ବସି 

ଶରଧା ରଖି କରି।

କୁମ୍ଭାର ଭାଇ ସୁରେଇ ହାଣ୍ଡି

ବିକଇ ବସି ହାଟର ଦାଣ୍ଡି

ନିଅଉକିଣି କରି,

ବରା, ଘୁଗୁନି , ଜଳଖିଆକୁ 

ଘରକୁ ଫେରୁ ଧରି।

ଏବେର ହାଟ ଯାଉଛି ବୁଡ଼ି

କୋଚଣୀ ବାସିପରିବା ଝୁଡ଼ୀ

ବ୍ୟବସାୟୀଙ୍କ ଆଡା,

ଆନ୍ଦ୍ର। ,କଲିକତା ପରିବା

ବିକିରି ମୂଲ୍ୟ ଚଢା।

ରଜ ଆସିଲେ ପଣସ ଆମ୍ବ

 କଦଳୀ ଛେନା,ଗୂଡ଼,

ସାବିତ୍ରୀ ବେଳେ ଲିଚୁ ସପେଟା

ଫଳରୁ କୁଢ଼ କୁଢ଼।

ବାର ମାସର ତେରପରବ

ହାଟରୁ କିଣି ନେଇ ଦରବ 

ଗାଁ ହାଟର ମଜା,

ରଜ ଆସିଲେ ହାଟରେ ଭିଡ଼

ନାନା ଦରବ ସଜା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍