STORYMIRROR

Akshaya Dash

Children Stories Action Children

4  

Akshaya Dash

Children Stories Action Children

ଭାରତ ଆମ ଦେଶ

ଭାରତ ଆମ ଦେଶ

2 mins
22

ଆମର ଦେଶ

ଭାରତ ବର୍ଷ 

ଆଙ୍କିବା ତାର ଛବି,

ମୁକୁଟ ହିମ 

ପଡେ ବରଫ

କିରଣ ଦିଏ ରବି।

ସାଗର ଜଳ

ପାଦୁକା ତଳ

ରତନ ମାନ ଭରି,

ପାହାଡ ବନ

ଜଙ୍ଗଲ ଧନ

ଖଣି ଖାଦାନ ଧରି।

ସମୁଦ୍ର ଗତି 

ପବିତ୍ର ନଦୀ 

ଜନ ମାନସ ସେବା

ମହତ ଜନ

ମାନଙ୍କ ମନ

ସମାଜ ହିତ ଦେବା।

ଋଷିଙ୍କ ତ୍ୟାଗ 

ଜୀବନ ଆଗ

ସଂସାର ଯଶ ପାଇଁ,

ମଙ୍ଗଳ ଆଶା

ଦେଇ ଭରସା

ବିରାଗ ଜମା ନାହିଁ।

ପୁରାଣ ବେଦ

ରଖେନି ଭେଦ

ଜ୍ଞାନ ପ୍ରଦୀପ ଜାଳି,

ଜଗତ ହିତ

ମଙ୍ଗଳ ଗୀତ

 ସରଳ ଆମ ଚାଲି।

ବୁଦ୍ଧଙ୍କୁ ଜାଣ

ବାଣୀ ନିର୍ବାଣ 

ଆଚରଣରେ ଶୀଳ,

ସୁବାସ ବୀର

ଦେଇରୁଧିର

ଗଲେ ଫିରିଙ୍ଗି ଦଳ।

ଦେଶଟି ସାରା

ଫସଲ ଭାରା

ପ୍ରକୃତି ରାଣୀ ଶୋଭା,

ଦେଶର ଜନ 

ଗୋଟିଏ ମନ

ଧରିତ୍ରୀ ମନ ଲୋଭା।

ମନ୍ଦିର ମାନ

ଥାନକୁ ଥାନ

ମସ୍ଜିତ ଗୀର୍ଜା ଥାଇ,

ଅନେକ ଜାତି

ସରବେ ମାତି

ଜାତୀୟଗୀତ ଗାଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍