STORYMIRROR

Akshaya Dash

Action Classics Inspirational

4  

Akshaya Dash

Action Classics Inspirational

ଅମ୍ବିକା

ଅମ୍ବିକା

2 mins
10

ରାକ୍ଷସ କୋପରେ ଦେଵତା ସରବେ

ମାତୃ ଶକ୍ତି ଧ୍ୟାନ କରି,

ଦେଇ ମନ ଧ୍ୟାନ ଶକ୍ତି ଆବାହନ

ମାତା ପାର୍ବତୀଙ୍କୁ ବରୀ,

ହିମାଳୟ ସୂତା ହେଲେ ଆଭିରଭୂତା

ଦେବୀଙ୍କ କୋଷରୁ ଜାତ

କୌସିକି , ଅମ୍ବିକା ମହାଦେବୀ ଖ୍ୟାତ

ଅନିନ୍ଦ୍ୟ ସୁନ୍ଦରୀ ମାତ।

ପାର୍ବତୀ ମାତାବି କଳା ବର୍ଣ୍ଣ ଧରି 

କାଳିକା ହେଲେ ଗମନ

ଶିବଙ୍କ ଜଟରୁ ଆବିର୍ଭୁତା ପୟ 

କରିଲେ ଗଙ୍ଗା ସିନାନ,

ସୁଜନେ,

ଅମ୍ବିକା ମାତାଙ୍କ ଜ୍ୟୋତି

ତ୍ରିଭୁବନ ସାରା ସୁଧା ଝରୁଥିଲା

ଅପୂର୍ବ ଲାବଣ୍ୟ ମୋତି।

ଅସୁର ଶାବକ ଦେଖି ଦିବ୍ୟ ରୂପ

ସୁମ୍ବକୁ କହିଲେ ଯାଇଁ,

ଅନିନ୍ଦ୍ୟ ସୁନ୍ଦରୀ ବନସ୍ତେ ବିହାରୀ

ନାରୀ ରତ୍ନ ପ୍ରାପ୍ତ ପାଇଁ।

ଜୋତ୍ସା ଚନ୍ଦ୍ର ମୁଖ ପ୍ରାପ୍ତ ମହା ସୁଖ

ରମଣୀ ରତନ ଧନ,

ସର୍ବ ଐଶୂର୍ୟ୍ଯ ପ୍ରାପ୍ତ ଜାଣ ରାଜା 

ଯୋଗ୍ୟ ତୁମେ ଘେନ ମନ।

ଦୈତ୍ୟରାଜ ସୁମ୍ବ ଦୂତକୁ ପ୍ରେରିତ

 ରାଜା ଙ୍କର ଏଆଦେଶ 

ତୁମେ ତାଙ୍କ ପତ୍ନୀ ହେବାକୁ ତ୍ୱରିତ

ମୋର ସହିତ ପ୍ରବେଶ।

ଅନନ୍ତ ଐଶୁର୍ୟ୍ଯ ଭରା ଦୈତ୍ୟ ସୁମ୍ବ 

ତୁମର ହେବ ପ୍ରାପତ,

ଶୁଣି ମହା ଦେବୀ ବଦନ୍ତି ଦୂତକୁ

ମୋର୍ ଅଛି ଏକ ସର୍ତ୍ତ।

ଯଦିକିଏ ରଣେ  ପରାସ୍ତ୍ର କରିବ

ସେଇ ହେବ ମୋର ପତି 

 ଦୈତ୍ୟ ପାଖୁ ଯାଇଁ କୁହ ଯୁଦ୍ଧ ପାଇଁ

ପ୍ରସ୍ତୁତ ହେବାକୁ ମତି।

ଦୂତର ସମ୍ବାଦ ଶୁଣି ସୁମ୍ୱ ଦୈତ୍ୟ 

ବେଗେ ପହଞ୍ଚିଲା ପାଶେ,

ଚାଟୁକ୍ତିରେ ଡାକେ ଅଙ୍କେ ବସ ନାରୀ 

ଉଲ୍ଲାସରେ ଅଟହସ୍ୟେ।

ଅନିନ୍ଦ୍ୟ ସୁନ୍ଦରୀ ନୁହେଁ ବନଚାରୀ

ହୁଅ ମୋର ପାଟରାଣୀ,

ଦେବତାଙ୍କ ପାଖୁ ଛଡେଇ ଆଣିଛି

ସକଳ ଅସୂର୍ଯ୍ୟ ମଣି।

ସୁଜନେ,

ଅମ୍ବିକା କୋକିଳା ଭଣି 

କହିଥିଲେ ମୋର ସର୍ତ୍ତ ଟିଏ ରଣେ

ହାରିଲେ ହେବି ଘରଣୀ।

ତତକ୍ଷଣ ସୂମ୍ୱ ୟୁଧ୍ୟ କରିବାକୁ

ଖେପିଲା ଯେତେ ଅସ୍ତ୍ର ଖଣ୍ଡ

ବୃଥା  ହେଲା ଶକ୍ତି ପରୀକ୍ଷରେ ଶୁମ୍ବ

ଶେଷରେ ଛେଦିଲେ ମୁଣ୍ଡ ।

ସୁଜନେ,

ଆକାଶରୁ ପୁଷ୍ପ ମାଲ୍ୟ ଝରେ,

ଦେବତା ସକଳେ ସ୍ତୁତି ଗାନ କଲେ

ମାତା ଅକିଞ୍ଚନ ଵରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action