STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ସଜନା ଗଛ

ସଜନା ଗଛ

2 mins
7

ଆଳୁ ସାରୁ ପରି

ନୁହେଁମୁଁ ପରିବା

ଫଳ ମୂଳ ଶାଗ ନୁହେଁ,

ସଜନା ଛୁଇଁମୁଁ 

 ଘରେଘରେ ଆମ 

ତରକାରୀ ପାଇଁ କୁହେ ।

ସଜନାରେ ନାହିଁ

ଔଷଧ କି ସାର

ପୋତିଦେଲେ ଗଲା ଦୁଃଖ,

ବରଷକେ ପରେ

ଫୁଲ ଫଳ ଭରା 

ଫଳି ଜାଗିଉଠେ ମୁଖ ।

ଲମ୍ବା ଲମ୍ବା ଛୁଇଁ

ଛୁଇଁନାହିଁ ଭୁଇଁ

ତୋଳିବାକୁ ପଡେ ମତେ,

ଖଣ୍ଡ ଖଣ୍ଡ କରି

କାଟି କୁଟି ଧରି

ରୋଷେଇ କରିବ ସତେ ।

ତେଲ ଲୁଣ ନେଇ

ଆଗେ ଭାଜିଦେଇ

ସୋରିଷ ବାଟଣ ପାଇ,

ଥାଳିଟି ଘୋଡେଇ 

ସିଝିଲେ ବଢ଼ାଇ 

ଖାଇବଟି ଆସ ଭାଇ।

ସଜନାର ଶାଗ 

ଭଜା କଥା ଆଗ 

ସୁଆଦ ଦିଅଇ ଯେତେ,

ବାଡ଼ି ଘରେ ଏବେ

ଲଗାଇବ ଯେବେ 

ଉପକାର ଦେବି କେତେ ।

କୁହନ୍ତି ବଇଦ

ଦେହକୁବି ହିତ

ଖାଇଲେ ସଜନା ଶାଗ,

ରକ୍ତ ଚାପ ରୋଗ

ଅପ ପୃଷ୍ଟି ଯୋଗ

ହତିବ କୁଆଡେ ଆଗ ।

ଆଜିକାଲି ଲୋକ

ଆଇଁସକୁ ଭୋକ

ନିରାମିଷ ନାକ ଟେକି,

ସଂକ୍ରାମକ ରୋଗ

ମହାମାରୀ ଆଗ 

 ବସିଛି ବାଟକୁ ଛେକି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action