STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ମଞ୍ଜି ଟିକୁ ଦେଲି ପୋତି

ମଞ୍ଜି ଟିକୁ ଦେଲି ପୋତି

2 mins
11

ଟିକି ଟିକ ମଂଜି ଆଣି ଦେଲି ବିଞ୍ଚି 

ଆମ ଅଗଣାରେ ନେଇ 

ଖିଲି ଖିଲି ହସ ମାଟି ଦେଲା ରସ 

ଗଜା ହେଲା ଦେଖି ଦେଇ ।

ଝିଲି ମିଲି ତାରା ଅଗଣାଟା ସାରା 

ଭରା ହୀରା ନୀଳା ମୋତି ,

ଡରି ଡରି ଦେଖେ ବିଶାଳ ଦୁନିଆଁ 

ଛାନିଆଁରେ ମୁହଁ ପୋତି ।

ଥିରୀ ଥୀରି ବାହା ପରାଣ ଛୁଇଁଲା 

ଖେଳିଗଲା ଶିହରଣ,

କୋମଳ ସବୁଜ ପତର ଭିତରେ

ଲାଗୁଥିଲା ଉପବନ।

ଆକାଶ ଗୋପନେ କହିଥିଲେ କାନେ 

ଦମ୍ଭ ଓ ସାହାସ ଧର ,

ବରଷିଲା ଜଳ ପାଇ ସବୁ ବଳ

ବଢୁଥିଲା ତର ଭର।

ସୁରୁଜ ଖରାରେ ଧରା ତାତୁଥିଲା 

ଦେଉଥିଲା ତଳେ ଛାଇ,

ଝଡ ପବନକି ବରଷା ବତାଷ

ସାହା ହୁଏ ପରି ଭାଇ।

ବସନ୍ତ ଆସିଲା ଫୁଲ ମହକିଲା

କୋଇଲା କାକଳି ଗୀତ,

ରସାଳ ଫଳରେ ପୁରିଗଲା ଘର 

ନାହାନ୍ତି ତାପରି ମିତ ।

ରୋଗ ବଇରାଗ ବଇଦ ପରିକା

ଚେର ମୂଳି ଫୁଲ ଫଳ

ଛେଚି କୁଟି ରସ ପାନ କରି ନାଶ

ଶରୀର ଜତନ ବଲ।

ଶୁଖିଲା କାଠ ବା ପତର ନିଆଁରେ

ରୋଷେଇ କରଇ ବସି,

ଅଗଣାରୁ ତୋଳି ପାକଳ କଦଳୀ

ଭଜା ଦିଅଇ ପରଷି।

ଶୁଆ ସାରି ପକ୍ଷୀ ବସା ବଗିଚାରେ

ମାଙ୍କଡ଼ ଡାଳରେ ଡେଇଁ,

ଆଉ ସବୁ ପଛ ଅତି ପ୍ରିୟ ଗଛ

ପରିବେଶ ତାହା ପେଇଁ।

ଜନମ ବେଳରେ କାଠନିଆଁ ସେକି

ଦେଉଥିଲେ ମାଆ ଧାଇ 

ମରି ଦୁଇ ଜଣ ମୃଦ୍ଦାର ହେବା 

ଜଳିବା ଏକାଠି ଭାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action