STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

କରତା

କରତା

2 mins
18


ଜଗତ କରତା ଜଗାକୁ କୁହେ 

କଳାକାର ମତେ କୁହକି ନୁହେଁ?

ଆଙ୍କିଲି ତୁମର ରୂପକୁ ଛବି

ଲେଖିଲି କବିତା ହୋଇଲି କବି।

ରାମାୟଣ ମହା ଭାରତ ଜ୍ଞାନ 

କାବ୍ୟ କବିତା ରଚନା ମାନ।

ଉପନିଷଦଓ ବେଦର ବାଣୀ

ତୁମର ସ୍ତୁତିକୁ ପଢିଲି ଜାଣି।

ଆପଣ ସବୁଟି ଅଛନ୍ତି ବୋଲି 

 ଦେଖୁଅଛ ଚକା ନୟନ ଖୋଲି।

ପଥରକୁ ଆଣି ନିହାଣେ ହାଣି 

ତୁମ ପରି ରୂପ ଗଢିଲି ଜାଣି।

ପୂଜା ପାଏ ମୋର ମୂରତି ମାନ 

ପ୍ରଣତି ଢାଳନ୍ତି ମରତ ଜନ।

ଚଉଁରାର ଜଳ ତୁଳସୀ ପାଇ

ତୁମକୁ ପ୍ରାର୍ଥନା କରନ୍ତି ଗାଇ।

ବଡ କଳାକାର ବ୍ରହ୍ମାଣ୍ଡ ରଚି 

ଜୀବ ଜନ୍ତୁ ପାଇଁ ଆହାର ସଂଚି।

ତୁମ ହାତ ଗଢା ମଣିଷ ମାନେ 

ଅପଯଶ ନିନ୍ଦା ପଡୁଛି କାନେ।

ମୋର ହାତ ଗଢା ମୂରତି ଯାଇଁ 

 ପାଉଅଛ ପୂଜା ଦେଉଳେ ଥାଇ।

ମନ୍ଦିର ଭିତରେ ଦେଵତା ହୋଇ 

ଭୋଗରାଗ ଆଣି ଦିଅନ୍ତି ଖୋଇ ।

ବୁଝିପାରେ ନାହିଁ କେମିତି କଥା 

ତୁମ ଗଢା ଲୋକ ସମୂହ ଯଥା।

ଅନ୍ୟାୟ ଦୃନିତି କୁପଥ ଗାମୀ

ବୁଝେଇ ଦିଅହେ ଅନ୍ତରର୍ଯ୍ୟାମୀ।

ବଡ କଳାକାର ତୁମକୁ କହି

ତୁମ ଗଢା ଦୁଃଖ ପାଉଛି ରହି।

ଚୋର, ମିଛ, ଲାଞ୍ଚ ଦୃନିତି ମାତି 

ଦେଖି ଦେଖି ଫାଟି ଯାଉଛି ଛାତି।

ମୋର ହାତ ଗଢା ପାଉଛ ପୂଜା

ତୁମ ଗଢା ଲୋକମାନଙ୍କୁ ସଜା।

 କଳାକାର ଦୁଇ ଜଣଙ୍କ ବୃତ୍ତି

 ଦେଖାଅ ତୁମର କଳାର କୃତି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action