STORYMIRROR

Akshaya Dash

Children Stories Action Children

4  

Akshaya Dash

Children Stories Action Children

ସରକସ

ସରକସ

2 mins
16

 ବାଘ ଉପରେ ଭକତି ଭରେ

ପୁଷି ଗଡ଼ାଏ ମାଳି,

ମାଙ୍କଡ଼ ଦେଖି ଫଳକୁ ଚାଖି 

ଯୋଗାଏ ଭୋଗ ଥାଳି ।

 କୁକୁରଟେଇ ପୂଜାରୀ ହୋଇ

ବଜାଇଦିଏ ଘଣ୍ଟି,

ପଛରେ ଅନା ବିଲୁଆନନା

ଖାଉଛି ଭୋଗ ଭଣ୍ଡି।

ହାତୀବି ଦେଖି ଶୁଣ୍ଢକୁ ଟେକି

ଫୁଂକଇ ଆସି ତୁରୀ,

ଠାକୁର ପୂଜା ମଣ୍ଡପ ସଜା

ମନ୍ଦିର ବେଢା ପୂରି।

ଶାରିଟେ ଥାଇ ଭଜନ ଗାଇ

ପଢ଼ଇ ଭାଗବତ,

ଛେଳି ବାହାରି ହାରମାନି ଧରି

ସାରେଗାମାରେ ରତ ।

ମୟୂରୀ ଦଳେ ମଣ୍ଡପ ତଳେ

ନାଚନ୍ତି ପୁଚ୍ଛ ଟେକି,

ସିଂହକେଶରୀ ଆସେ ବାହାରି

ବସଇ ବାଟ ଛେକି ।

 ବିଲେଇ ସେଇ ଛାନିଆ ପେଇଁ 

ଗଡିପଡିଲା ତଳେ,

ସିଂହକୁ ଦେଖି ଲାଞ୍ଜକୁ ଜାକି

ବିଲୁଆ ଧୀରେ ଚଳେ।

କୁକୁର ଖଣ୍ଡେ ପଛକୁ ଦଣ୍ଡେ

ଦୂରରେ  ଭୁକି ଫେରେ,

ମୟୁର,ଶାରି ଗଲେବି ଭାରି

ବାଘ ବିଚରା ଛେରେ।

ହାତୀବି ସେକି ପାହୁଲ ଟେକି

ଧାଇଁଲା ନିଜ ବାଟେ,

ସିଂହକେଶରୀ ଲାଞ୍ଜ କଚାଡି

ଓଠରେ ଜିଭ ଚାଟେ।

ଜୋକର ପଶି ଆସଇ ହସି 

ହାତରେ ବାଡି ଧରି,

ସିଂହକୁ ଦେଖି କିହେଲା ସେକି

ଫେରୁଛି ଏକ କରି।


Rate this content
Log in