STORYMIRROR

Akshaya Dash

Action Inspirational Children

4  

Akshaya Dash

Action Inspirational Children

ଭାଇ ଭଉଣୀ

ଭାଇ ଭଉଣୀ

2 mins
7

ଶୁଣ କାହାଣୀ

ଭାଇଭଉଣୀ

ଗଲେସେ ଆମ୍ବ ତୋଳି,

ଭାଇଟି ଛୋଟ

ଭଉଣୀ ବଡ

ଭାଇକୁ କାଖେ କୋଳି ।

ଦେଖେ ଗଛରୁ

ଭାଇ ପଛରୁ

ଆମ୍ବଗେ ଗଲା ଝଡି,

ଭାଇକୁ ଆଣି

ଦେବାକୁ ଜାଣି

ଭଉଣୀ ଗଲା ପଡି ।

ଭାଇଟି ହସି

ତାଲିଟେ କସି

ଦୌଡ଼ି ଗଲା ଆଣି,

ଭଉଣୀ କୁହେ

ଖାଆନା ରୁହେ

ଭୂତ ଖଣ୍ଡିଆ  ଜାଣି ।

ନମାନେ ଭାଇ

ଦେଲାଟି ଖାଇ

ଘୁରେଇ ଦେଲା ମୁଣ୍ଡ,

ପଡିଲା ଭୂଇଁ

ଭଉଣୀ ଧାଇଁ

ପୋଛିଲା ଭାଇ ତୁଣ୍ଡ ।

ମାରିଛି ପୋକ

ଏମିତି ଭୋକ

ଦେଲୁ ତୁତାକୁ ଖାଇ,

ମାରିବେ ମାଆ

ଦଇବ ସାହା

କିସ କହିବି ଯାଇଁ ?

ଭାଇକୁ ଧରି

ଖେଦରେ ଫେରି

ମାଆକୁଂ ସବୁକହି,

କହିଲେ ମାଆ

ଠାକୁର ସାହା

କିଲାଭ ଝିଅ ରହି ।

ଆସିଲେ ବାପା

କିମ୍ପାଇଁ ଖପା

ଝିଅକୁ ଦିଅ ଗାଳି,

ନୁହେଁତା ଦୋଷ

ହେଉଛ ରୋଷ

ଭାଇ ମାରଇ ତାଳି ।


Rate this content
Log in

Similar oriya poem from Action