ନୂତନ ସ୍ବପ୍ନ
ନୂତନ ସ୍ବପ୍ନ
ଏତେ ବର୍ଷ ପରେ ଗ୍ରାମୀଣ ଭାରତର ସ୍ବପ୍ନ ପୁରା ହେଉଛି, ଆଦରଣୀୟ ମୋଦିଙ୍କ ନିସ୍ବାର୍ଥ କର୍ମର ବଳେ।ଗ୍ରାମୀଣ ଭାରତରେ ନୂଆ ସ୍ବାଧୀନତାର ଅନୁଭୂତି ହୋଇଛି।ଗାଁ ଲୋକଙ୍କ ମନରେ ନୂତନ ଉତ୍ସାହ ଏବଂ ଆତ୍ମନିର୍ଭର ହେବାର ନୂଆ ଆତ୍ମବିଶ୍ବାସ ଜାଗ୍ରଗତ ହେଉଛି।ପ୍ରଭୁଙ୍କ ପ୍ରତି ପ୍ରେମ ଭକ୍ତିର ନୂତନ ସମ୍ଭାବନା ଉଦୟମାନ ହୋଇଛି।ମାତ୍ରୁଭୂମୀ ଓ ମାତ୍ରୁଭାଷା ପାଇଁ ଅଗାଦ୍ଧ ପ୍ରେମ, ଭକ୍ତି, ଶ୍ରଦ୍ଧାର ଆତ୍ମବିଶ୍ୱାସର ଅନୁଭୂତି ହେଉଛି।କେବଳ ଆତ୍ମନିର୍ଭର କେବଳ ଆତ୍ମନିର୍ଭର ମନ୍ତ୍ର ପ୍ରଜ୍ବଳିତ ହେଉଛି ସମ୍ପୂର୍ଣ୍ଣ ଭାରତବର୍ଷେ।ଜନ ସମୁଦାୟଙ୍କ ଭିତରେ ନୂଆ ଉତ୍ସାହ ଓ ଆତ୍ମବିଶ୍ୱାସର ଜାଗରଣ ହୋଇଛି।
ଜୟ ଜଗନ୍ନାଥ।
ଦିଶୁଛି ସୁନ୍ଦର ଗ୍ରାମୀଣ ଭାରତ
ମୋଦିଙ୍କ ସାମର୍ଥ୍ୟ ବଳେ
ସୁଖରେ ଅଛନ୍ତି ଗ୍ରାମବାସି ଆଜି
ତାଙ୍କରି ସେବାର ବଳେ।୧।
ଏତେ ବର୍ଷ ପରେ ସ୍ବାଧୀନ ଆସିଛି
ନିସ୍ବାର୍ଥ କର୍ମର ବଳେ
ଠକିଖିଆଙ୍କର ଠକିବା ପ୍ରଦ୍ଧତି
ଦୂର ହେଲା ସେବା ବଳେ।୨।
ଗାଁଆ ଲୋକେ ଆଜି ଭବିଷ୍ୟ ଗଢନ୍ତି
ନିଜର କର୍ମର ବଳେ
ଶିକ୍ଷିତ ହୋଇବେ ଗାଆଁର ଜନତା
ନୂଆ ଶିକ୍ଷାନୀତି ବଳେ।୩।
ଚାଷୀ ଭାଇ ଆଜି ଖୁସିରେ ଅଛନ୍ତି
ନୂତନ କୄଷିନୀତି ବଳେ
ଦୁର ଗୁଣା ଲାଭ ପାଇବେ ନିଶ୍ଚୟ
ନୂତନ ନିତୀର ବଳେ।୪।
ସବୁକ୍ଷେତ୍ରେ ଗାଆଁ ଉନ୍ନତି ହେଉଛି
ମୋଦିଙ୍କ କର୍ମର ବଳେ
ଏପରି ସମୟ ଆସିନି ଦେଶରେ
ଆସିଛି ସାମର୍ଥ୍ୟ ବଳେ
ସ୍ବାମୀତ ଯୋଜନା ଆଣିଲେ ଦେଶରେ
ସମ୍ପତ୍ତି ସୁରକ୍ଷା ପାଇଁ
ଖୁସିରେ ଅଛନ୍ତି ଗ୍ରାମବାସୀ ଆଜି
ନିସ୍ବାର୍ଥ ସେବାର ପାଇଁ।୬।
ଧର୍ମପ୍ରତିଷ୍ଟନ ସୁସଜ୍ଜିତ ହୁଏ
ଅମୂଲ୍ୟ ଭକ୍ତିର ବଳେ
ସନାତନ ସଂସ୍କୃତି ଶକ୍ତିଶାଳୀ ହୁଏ
ନିସ୍ବାର୍ଥ କର୍ମର ବଳେ।୭।
ଦୀର୍ଘ ବର୍ଷ ପରେ ଗାଆଁ ଗହଳିକୁ
ଧ୍ୟାନ ଦେଉଛନ୍ତି ମୋଦି
ଦେଶର ଉନ୍ନତି ଗାଆଁର ଉନ୍ନତି
ଯୋଡୁଛନ୍ତି ନିତ୍ୟେ ମୋଦି।୮।
ଅପୂର୍ବ ସଂଯୋଗେ ଗତିମାନ ହୁଏ
ଗ୍ରାମୀଣ ଭାରତବର୍ଷେ
ସବୁ କ୍ଷେତ୍ର ଆଜି ଗାଆଁ ବଢୁଅଛି
ଧାର୍ମିକ ଗ୍ରାମୀଣ ଦେଶେ।୯।
ଦିଶୁଛି ସୁନ୍ଦର ଗ୍ରାମୀଣ ଭାରତ
ମୋଦିଙ୍କ ସାମର୍ଥ୍ୟ ବଳେ
ଖୁସିରେ ଅଛନ୍ତି ଗ୍ରାମବାସୀ ଆଜି
ତାଙ୍କରି ସେବାର ବଳେ।୧୦।
