ସେ
ସେ
ସେ ଥିଲେ ମ ।
ଏଇଠି ଏବେ ଏବେ ବାହାରି ଗଲେ ।
ସେ ଆସିବେ ।
ଦିନେ ନା ଦିନେ
ଆସିବେ କହୁଥିଲେ ତ।
ସେ ଅଛନ୍ତି ବୋଧେ ।
ଆମ ଭିତରେ ଅଛନ୍ତି କି !
ସେ ଲୁଚିଛନ୍ତି ହୃଦୟ କନ୍ଦରରେ ।
ଆମେ ଖୋଜୁଛୁ ସାରା ସଂସାରେ ।
ନିରାକାର କୁ ଆକାର ଦିଅ
ଭୋକିଲା କୁ କିଛି ନାହିଁ ତ ପାଣି ମୁନ୍ଦାଏ ଦେଇ ଦେଖ
ହସଟେ ନିଷ୍କପଟ ହେଇ ବୁଣିଦିଅ
ଦେଖ, ଦେଖ କେମିତି ହସ ମଞ୍ଜି କେତେ ଜଣଙ୍କୁ କଥାକୁହା ଶିଖଉଛି ।
ମୁଣ୍ଡ ଝୁଲେଇ ଶବ ସବୁ ଚାଲୁଥିଲେ
ସେଠି ସଞିବନୀ ସିନ୍ଚୁଛି ।।
ଭାରି ଅଭାବ ଏବେ ଏବେ
ମନର, ଶ୍ରଦ୍ଧା ର,ବିଶ୍ବାସ ର
ଅଣନିଶ୍ବାସୀ ' ସେ ' ଆମ ଭିତରେ ହି
ନିଃଶବ୍ଦ ରେ !
ପ୍ରତିକ୍ଷଣ ସେ ତ ଜନ୍ମୁଛନ୍ତି
ଏଠି ସେଠି ସବୁଠି
ସହସ୍ର ସତ୍ତା ରେ ,
ଖାଲି ତୁମକୁ ସାନିଧ୍ଯ ଦେବା ଇଛ୍ଛା ରେ ।
ତୁମେ ହି ତ ଅଣଦେଖା କରି
ପେଲିଚାଲିଛ
ତାଙ୍କ ବଢେଇଥିବା ହାତ
ତୁମ ଆଡୁ।
ବାଟ ଛାଡ ।
ଛାଡିଲେ ସିନା ସେ ଆସିବେ
ଭେଦି ତୁମ ଅହଂ ର ଦରଜା
ଏତେ କଡା କରି କିଳିଲେ ହବ କି
ଶ୍ବେତ ସୂକ୍ଷ୍ମପରଦା ?
ଏତେ ଭେଳିକି ରେ ଭଳି ହେଇ
ତୁମେ ହି ତ ତାଙ୍କୁ ଭୁଲିଗଲ ।
ସେ ତ କେବେଠୁ ସେଇଠି ଠିଆ ହେଇଛନ୍ତି
ଯୋଉଠି ଛାଡିଆସିଥିଲ ।
ପଛକୁ ନ ଫେରିଛ ଯଦି ତୁମେ
ଦୋଷ କଣ ତାଙ୍କର ?
ଝୁଣ୍ଟିଲା ବେଳେ, ଆଣ୍ଟିଲା ବେଳେ,ଜୁଝିଲା ବେଳେ
ଖାଲି ତାଙ୍କୁ ଖୋଜିଛ ନା ।
କେବେ ଥରେ ଖୋଜିଛ କି
ହସିଲା ବେଳେ ,
ମନର ଡଙ୍ଗାରେ ରଙ୍ଗ ଲଦି
ଖୁସିର ନଈ ପାରି କଲା ବେଳେ?
ତଥାପି ସେ ସେଇଠି ଠିଆ
ସେବେଠୁ ।
ତମାମ କାଳ ତୁମ ଅପେକ୍ଷାରେ ।।
ଏବେ ବି ସମୟ କହୁଛି
ଫେରିପାର,
ନେଇପାର ନିଷ୍ପତ୍ତି
ତାଙ୍କର ହେବାର ।
ଦେଖ କଣ ପାରୁଛ ?
