STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଦେବୀ ମା

ଦେବୀ ମା

1 min
339


ଜାଣେ ମା', ତୋତେ ଲେଖିବାକୁ ଶକ୍ତି ନାହିଁ ମୋର

ନା ଅଛି ଜ୍ଞାନ, ନା ଅଛି ମୋର ଭକ୍ତପଣେ ଅଧିକାର

ପାପୀମନା ନାସ୍ତିକଟେ ମୁହିଁ ତୋ' ଆଗରେ ସର୍ବଦା 

ଥରେ ତୋ' ପାଦତଳେ ରଖି ମୋତେ ଶେଷ କର,


ଢାଳିଦେ ଆଶିଷ, କୃପା ବର୍ଷା କରୁଥା ମା' ମୋର

ତୁ ଥାଉଥାଉ ଲୁହ ନ ଝରାନ୍ତୁ କେହି ଭକ୍ତ ତୋର

ଆଶ୍ୱିନରେ ଆଗମନକୁ ଥାଏ ଲୋ' ଅପେକ୍ଷା ମା'

ଶରତର କାଶତଣ୍ତୀ ପରି ଶୁଭ୍ର ହେଉ ଏ ସଂସାର,


ତୋତେ ପୂଜୁଥିବା ନିଷ୍କପଟ ମନକୁ ତୁ ଦୟାକର

ତୋ' ଭକ୍ତର କେବେ ବି ନ ହେଉ ଜୀବନେ ହାର

ବିନାଶ କରୁଥିବୁ ମା' ରାକ୍ଷସ/ରାକ୍ଷସୀ ଶକ୍ତିକୁ

ସାଧୁ ନରନାରୀ ବ୍ୟଥିତ ଜଗତେ, ତାଙ୍କୁ ରକ୍ଷାକର,


କାଣିଚାଏ ଦୟା ଲୋଡ଼ା ତୋ'ଠାରୁ ମା' ଏଅଧମର

ଶବ୍ଦଜ୍ଞାନ ଅଳ୍ପଠୁ ଅଳ୍ପ ମୋ'ପାଖେ ମୋତେ କ୍ଷମାକର

ଭାବ ଅଛି ଅନେକ, ଶବ୍ଦ ନାହିଁ ତୋତେ ଲେଖିବି କେମିତି

ମା' ଲୋ ମମତାମୟୀ ତୋ ହାତେ ସୁ୍ରକ୍ଷିତ ରହୁ ତୋ' ସଂସାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract