STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଶୁଭ ଦୀପାବଳି

ଶୁଭ ଦୀପାବଳି

1 min
241


କାଳିଆ ସାଆନ୍ତ କରୁଣା କରନ୍ତୁ

    ଶୁଭେ ଦୀପାବଳି ବିତୁ

ଆଲୋକ ମାଳାରେ କିସମ ଦ୍ଵୀପରେ

    ଭାଇଚାରା ପର୍ବ ଜିତୁ।

ଐଶାନ ଦେବତା ଆଶିଷ ଢ଼ାଳନ୍ତୁ

     ବଡ ବଡିଆ ଡାକରେ

ବାଣ ଫୁଟାଇବା ସତର୍କ ରହିବା

     ସଜାଗ ରଖି ମନରେ।

ଆଲୋକର ପର୍ବ ଆମରି ଐତିହ୍ୟ

    ସୁଖ ଶାନ୍ତିରେ ପାଳିବା

ଘରଠୁଁ ବାହାର ଗ୍ରାମଠୁଁ ସହର

     ଉଲ୍ଲାସରେ ଯେ ଚଳିବା।

ଯେଉଁଠି ରେ ଅଗ୍ନି ସେଇଠି ବିପତ୍ତି

      ସତର୍କତା ଦରକାର

ଶୃଙ୍ଖଳିତ ଭାବେ ପରବ ପାଳିଲେ

     ଅଘଟଣ ହେବ ଦୂର।

ଶୁଭ ମନାସୁଛି ଶୁଭ ଦୀପାବଳି

     ହେଉ ଜଗତ କଲ୍ୟାଣ

ଧନ ଜୀବନକୁ ସୁରକ୍ଷା ଦିଅନ୍ତୁ

     ହେ ପିତୃ ପୁରୁଷ ଗଣ।

ସ୍ଵୟଂ ଜଗନ୍ନାଥ ଦୀପାଳି ଜାଳନ୍ତି

      ଦେବ ଦୀପାବଳୀ ଦିନ

ଏ କଥା ସୁମରି ଏହି ପରବକୁ

       ପାଳନେ ରଖ ସ୍ମରଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action