STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ନେତାଙ୍କର ନେତା ନେତାଜୀ

ନେତାଙ୍କର ନେତା ନେତାଜୀ

1 min
402


ନେତାଙ୍କର ନେତା ନେତାଜୀ 

    ଦେଶ ଲାଗି ଲଢିଥିଲେ ଲଗାଇ ବାଜି, 

ତାଙ୍କର ଶକ୍ତି ସାମର୍ଥ୍ୟ ଦେଖି 

      ଇଂରେଜଙ୍କ ବୁଦ୍ଧି ଯାଇଥିଲା ହଜି। 

ସୁଭାଷ ବୋଷ ନାମେ ଖ୍ୟାତ 

     ଓଡିଶା ମାଟିରେ ହୋଇଥିଲେ ଜାତ, 

ସ୍ଵାଧୀନ କରିବାକୁ ଆମ ଭାରତ, 

       ଚକିତ କରିଥିଲେ ସାରା ଜଗତ। 

ତାଙ୍କ ତ୍ୟାଗ ଆଦର୍ଶ ଦେଶଭକ୍ତି 

        ଦେଖି ହିଟଲର କରିଥିଲେ ଚୁକ୍ତି, 

ଚାହିଁ ସେ ମାଆ ମାଟିର ମୁକ୍ତି 

      ବ୍ରିଟିଶ ଆଗେ ଦେଖାଇଥିଲେ ଶକ୍ତି। 

'ଦିଲ୍ଲୀ ଚାଲ' ଡାକରା ଦେଇ 

     ଭାରତ ସାରା ଦେଇଥିଲେ କମ୍ପେଇ, 

'ଆଜାଦ୍ ହିନ୍ଦ୍ ଫଉଜ' ଗଢି 

    ଗୋରାଙ୍କ ସାଥେ କରିଥିଲେ ଲଢେଇ। 

ଦେଶବାସୀଙ୍କୁ ଆହ୍ବାନ ଦେଇ 

  ଶତ୍ରୁ ଆଗେ ଠିଆ ହେଲେ ଛାତି ଦେଖାଇ,

'ମୋତେ ରକ୍ତ ଦିଅ' ହେ ଭାଇ 

     'ଦେବି ସ୍ଵାଧୀନତା' କରି ମୁଁ ଲଢେଇ। 

ନେତାଙ୍କର ନେତା ସୁଭାଷ 

       ଦେଖାଇ ଥିଲେ ଅସୀମ ସାହସ, 

ଛାଡି ନିଜ ସ୍ଵାର୍ଥ ସର୍ବସ୍ବ 

         ସଂଗ୍ରାମେ ଦେଇଥିଲେ ଝାସ। 

କହିଥିଲେ ସେ 'ମାଆ ପେଟରୁ କେହି 

      ଆସି ନ ଥାଏ ମହାପୁରୁଷ ହୋଇ, 

ନିଜ ଉଦ୍ୟମ ପ୍ରଚେଷ୍ଟା ଦେଖାଇ 

      ବ୍ୟକ୍ତିତ୍ଵର ବିକାଶରେ ହୁଏ ସେହି'।

ନେତାଙ୍କର ନେତା ନେତାଜୀ 

       ଯଶ ମାନ କୀର୍ତ୍ତି ସୁନାମ ଅରଜି,

ବରପୁତ୍ର ଜନ୍ମି ମାଟି ମାଆ ପୂଜି 

      ଅମର ହୋଇ ସେ ରହିଛନ୍ତି ଆଜି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract