Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

4  

Satyanarayan Sahoo

Abstract Action Classics

ଗନ୍ତାଘର

ଗନ୍ତାଘର

1 min
323


ମନ ଅଟେ ଅସରନ୍ତି ଭାବ ଗନ୍ତାଘର

ଉଠୁ ଥାଏ ଯହିଁ ନିତି ଭାବନା ବିଚାର ।

ଅନୁଭବ , ଅନୁଭୂତି , ଆବେଗ ଅସଂଖ୍ୟ

ଚିନ୍ତା , ଚେତନା , ସ୍ପନ୍ଦନ , ଆହ୍ବାନ , ପୁଲକ ।

ବ୍ୟଥା , ଅବସାଦ , ପୀଡା, ବେଦନା , ସଙ୍କଟ

ଧର୍ମ , କର୍ମ, ଶିଷ୍ଟ।ଚାର, କୁଟ ଓ କପଟ , ।

ସ୍ଵଭାବ ରାଶି ପ୍ରବାହ ସମୟ ସହିତ

ବ୍ୟକ୍ତିର ବ୍ୟକ୍ତିତ୍ଵ କରେ ସେ ପରି ବର୍ତ୍ତିତ ।

ସକଳ ପ୍ରକାର ଭାବ ଧାରା ଚମତ୍କାର

ଭାଷା ସାହିତ୍ୟ ବିଜ୍ଞାନ ର ଗନ୍ତାଘର ।

ସାଜି ମନ ନାନାମତେ ଆଶା ଭରସା ରେ

ଅଦ୍ଭୂତ ଅପୂର୍ବ ଦିବ୍ୟ ପ୍ରଶାନ୍ତି ସଞ୍ଚ।ରେ ।

ତହିଁ ରେ ହିଁ ସବୁ ଭାବ ରସ ଆସ୍ଵ।ଦନ

ସହିତ କରଇ ଆମ ଜୀବନ ଗଠନ ।

ବାହ୍ୟ ଜଗତରେ ଦିଶେ ଯେତେ ମନୋହର

ମନ ରେ ହିଁ ରହି ଥାଏ ତାର ଗନ୍ତାଘର ।

ଭାବ ସମୁଦ୍ରରେ ଚିତ୍ତ ବୃତ୍ତି କୁ ତଲ୍ଲୀନ

କରାଇ କରାଏ ଭାବ - ଦ୍ରବ୍ୟ ଆହରଣ ।

ଯେତେ ସବୁ ଉଦ୍ଭାବନ ଆଉ ଆବିଷ୍କାର

ସହିତ ଜଡିତ କଳା କୌଶଳ ସମ୍ଭାର ।

ମନ ହିଁ ଯୋଗାଇ ନିତି ତୋଳେ କୌତୁ ହଳ

କରେ ଅକଳନ ଆଶ୍ଚର୍ଯ୍ୟ ରେ ସେ ବିହ୍ବଳ ।

ମନ ର ମୂଳେ ହିଁ ଗଢ଼ା ଅଟେ ଏ ଜଗତ

ମନ ରୁ ସକଳ ତତ୍ତ୍ୱ , ତଥ୍ଯ ର ସଂଜ।ତ ।

ଏଣୁ କରି ମନ ସବୁ ଭାବ ଗନ୍ତାଘର

ସବୁ ଥିରେ ଭରା ଏକ ବିସ୍ତୀର୍ଣ୍ଣ ଭଣ୍ଡାର ।



Rate this content
Log in

Similar oriya poem from Abstract